ବଙ୍ଗୋପସାଗରରେ ଲଘୁଚାପ : ଦକ୍ଷିଣ ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା

Published By : Prameya-News7 Bureau | January 29, 2019 IST

ଭୁବନେଶ୍ବର ୨୯|୧:  ପୁଣି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶା ସହ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ରେ ମେଘୁଆ ପାଗ ସହ ସ୍ବଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

{"id":78689}

ଅନ୍ୟପଟେ ବଦଳିବ ପାଗ । ଏଣିକି ଦିନରେ ତାତି, ରାତିରେ ଥଣ୍ଡା ଅନୁଭୂତ ହେବ । ଦୁଇ ଦିନ ଧରି ବର୍ଷା ସହ କୋହଲା ପାଗ ଲାଗିରହିବାରୁ ଦିନର ତାପମାତ୍ରା କମିଥିଲା । କିନ୍ତୁ ଆଜିଠାରୁ ଦିନର ତାପମାତ୍ରା ପୁଣିଥରେ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ଟପିଯିବ। ହେଲେ ରାତିର ତାପମାତ୍ରା କମିବ। ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୭ ଡିଗ୍ରୀ ପାଖାପାଖି ପହଞ୍ଚିବ। ଫେବ୍ରୁଆରୀ ୩ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏଭଳି ପାଗ ଲାଗିରହିବ। ଏହାପରେ ପୁଣିଥରେ ରାତିର ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.