ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ହେଲା ପରିଣତ : ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା, ଲଗାଣ ବର୍ଷା ଯୋଗୁଁ ୬ ଜିଲ୍ଲାରେ ବନ୍ୟା ସ୍ଥିତି

Published By : Prameya-News7 Bureau | August 07, 2019 IST

ଭୁବନେଶ୍ବର୭|୮: ବଙ୍ଗେପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜିଲ୍ଲାକୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ଆଲର୍ଟ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

{"id":141901}

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନର ରୂପ ନେଇଛି । ଏହା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ହେଲା  ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର,ବଲାଙ୍ଗୀର, ନୂଆପଡ଼ା ,ବୌଦ୍ଧ ଏବଂ ସୋନପୁରରେ ଅତି ପ୍ରବଳ ବର୍ଷା ନେଇ ରେଡ଼ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

{"id":141903}

ଏହା ଛଡ଼ା ନୟାଗଡ଼ ,ଖୋର୍ଦ୍ଧା ,ଜଗତସିଂହପୁର, ବରଗଡ଼, ସମ୍ବଲପୁର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପିରି ଢେଙ୍କାନାଳ , ଅନୁଗୋଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଉପର ଓ ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେଥିପାଇଁ ସବୁ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏଥି ସହ ମତ୍ସ୍ୟଜୀବୀଙ୍କ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

{"id":141904}

 ଲଗାଣ ବର୍ଷା ଯୋଗୁଁ ୬ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ମାଲକାନଗିରି, କଳାହାଣ୍ଡି, ରାୟଗଡା, କନ୍ଧମାଳ, କୋରାପୁଟ ଆଦି ଜିଲ୍ଲାକୁ ଆଲର୍ଟ କରିଛନ୍ତି ଏସ୍‌ଆରସି । ଗତ ୨୪ ଘଣ୍ଟାରେ କାଶୀପୁରରେ ସର୍ବାଧିକ ୩୩୦ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ଲାଞ୍ଜିଗଡ଼, କାଶୀପୁର ଏବଂ କୋଟଗଡ଼ରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ।

{"id":141907}

କାଶୀପୁର ଏବଂ ଗୁଣୁପୁରରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀପୁର, ବିଷମ କଟକ ଏବଂ ଗୁଣପର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କଲ୍ୟାଣସିଂହପୁର,କନ୍ଧମାଳ,ତୁମୁଡ଼ିବନ୍ଧ ଓ ମାଲକାନଗିରିରେ ପୋଲ ଉପରେ ପାଣି ଚାଲୁଥିବା ବେଳେ ସେଠାରେ ବନ୍ୟାସ୍ଥିତି ଦେଖାଯାଇଛି । ଶ୍ରୀକାକୁଲମ ଗୋଟା ବ୍ୟାରେଜର ୨୨ଟି ଗେଟ୍ ଖୋଲାଯାଇଛି । ମାଲକାନାଗିରି, ରାୟଗଡା, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ପଠାଯାଇଛି ।

{"id":141910}

ବନ୍ୟା ସ୍ଥିତି ଉପୁଜିଥିବା ଅଞ୍ଚଳରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.