Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪୮ ଘଣ୍ଟା ପରେ ଘନୀଭୂତ ହୋଇ ଅବପାତର ରୂପ ନେବ ଲଘୁଚାପ : ଅନେକ ଜିଲ୍ଲାରେ ବର୍ଷା

1/05/2020 at 4:13 PM

ଭୁବନେଶ୍ୱର ୦୧/୦୫ : ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ଆଜି ଏକ ଲଘୁଚାପ ସୃଷ୍ଟିହୋଇଛି । ଏହି ଲଘୁଚାପ ୪୮ ଘଣ୍ଟା ପରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଅବପାତ ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ | ଏହାର ପ୍ରଭାବରେ ଅବପାତ ମେ ୫ ତାରିଖରେ ମ୍ୟାଆଁମାର ଏବଂ ଦକ୍ଷିଣ-ପୂର୍ବ ବାଙ୍ଗଲାଦେଶ ଆଡ଼କୁ ଗତି କରିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରପଡ଼।, ଜଗତସିଂହପୁର ଏବଂ ଏହା ସହିତ ଉତ୍ତର ଓଡ଼ଶାର କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ଏହି ସମୟରେ ୪୦-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାଛଡା ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।


ରାଜ୍ୟର ଟିଟିଲାଗଡ଼ ଏବଂ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି | ଅନ୍ୟ ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ରହିଥିଲା | ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଶ୍ୟମାପାଟଣାରେ ସର୍ବାଧିକ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି | ବାଲେଶ୍ୱର ଜିଲ୍ଲା ବେତନଟୀରେ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି | ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ହୋଇଛି | ଭୁବନେଶ୍ୱରରେ ଆଜି ତାପମାତ୍ରା ୩୬ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଥିଲା |କାଳବୈଶାଖୀ ପ୍ରଭାବରେ ରାଉରକେଲାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇ ନାନା କ୍ଷତି ଘଟିଛି |

   Related Posts