୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଲଘୁଚାପ : ୮ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି

Published By : Prameya-News7 Bureau | July 01, 2019 IST

ଭୁବନେଶ୍ବର ୧/୭: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ୩ ତାରିଖ ଯାଏ ପ୍ରବଳ ବର୍ଷିବ । ସେଥିପାଇଁ ୮ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

{"id":129476}

କେତେବେଳେ ଜୋରରେ ଛେଚୁଛି ତ ଆଉ କେତେବେଳେ ଝିପଝିପ ବର୍ଷା ହେଉଛି । ଲଘୁଚାପ ପ୍ରଭାବରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ  ସାରା ରାଜ୍ୟରେ ରବିବାରଠୁ ଚାଲିଛି ବର୍ଷା । ଆଗକୁ ଆହୁରି ଜୋରରେ ବର୍ଷିବ । କାରଣ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବ । ଉତ୍ତର ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ୮ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ୧୫ ଜିଲ୍ଲାରେ ମଧ୍ୟମରୁ ସାମାନ୍ୟ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ବେଳେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବ । ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

{"id":129477}

ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ହେବା ଯୋଗୁଁ ନଦୀ ଜଳ ବଢିବାର ସମ୍ଭବନା ରହିଛି ।ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

{"id":129478}

ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ତେବେ ଜୁନ୍ ମାସ ସୁଦ୍ଧା ରାଜ୍ୟରେ ୩୧ ପ୍ରତିଶତ କମ୍ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।

{"id":129479}

ଆରମ୍ଭ ହୋଇଯାଇଛି ବର୍ଷା । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ । ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା । ଆଭ୍ୟନ୍ତରିଣ ଓଡିଶା ମଧ୍ୟ ଏଥିରୁ ବାଦ ପଡିନି । ଉତ୍ତର ପଶ୍ଚିମ ବଙ୍ଗପସାଗରରେ ସୃଷ୍ଟି ହୋଇଛି ଲଘୁ ଚାପ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ । ତାରି ପ୍ରଭାବରେ ରାଜ୍ୟର ସବୁ ପ୍ରାନ୍ତରେ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭବନା ରହିଛି । ସେପଟେ ରାଜ୍ୟର ୮ ଟି ଜିଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ହେବ । ସେହିପରି ଉତ୍ତର, ଉପକୂଳ, ଦକ୍ଷିଣ, ପଶ୍ଚିମ ଓଡିଶା ସମେତ ଆଭ୍ୟନ୍ତରିଣ ଓଡିଶାର ୧୫ ଟି ଜିଲାରେ ଭାରି ମାତ୍ରାରେ ବର୍ଷା ହେବ । ସେହିପରି ବର୍ଷା ହେବା ସମୟରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବ । ସମୁଦ୍ରକୁ ନ ଯିବା ପାଇଁ ମାଛଧରାଳୀଙ୍କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

{"id":129480}

ସେପଟେ ଗତ ୨୪ ଘଣ୍ଟା ଭିତରେ ନବରଙ୍ଗପୁରର ରାଇଘରରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ରାଇଘରରେ ୭୦ ମିଲିମିଟର ବର୍ଷା ହୋଇଥିବାବେଳେ ମାଲକାନାଗିରର କାଲିମେଳାରେ ୬୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । କନ୍ଧମାଳ ଫୁଲବାଣୀ ୫୫.୬ ମିଲିମିଟର, ଜି.ଉଦୟଗିରି ୫୩.୮ ମିଲିମିଟର, ଆସ୍କାରେ ୫୨.୨ ମିଲିମିଟର, ଖୋର୍ଧା ବାଲିମିଟର ୫୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଉପରମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା ହେବା ଯୋଗୁ ନଦୀ ଜଳ ବଢିବାର ସମ୍ଭବନା ରହିଛି । ତେବେ ଏହାକୁ ନେଇ ରାଜ୍ୟ ପ୍ରସ୍ତୁତ ରହିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲାକୁ ସତର୍କ ରହିବାକୁ ନୋଟି ଜାରି କରାଯାଇଛି । ଅପରପକ୍ଷରେ ବର୍ଷା ଯୋଗୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

{"id":129481}

ଆହୁରି ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ । ତେବେ ଜୁନ୍ ମାସ ଶେଷ ସୁଦ୍ଧା ଯେତିକି ବର୍ଷା ହେବ କଥା । ଚଳିତଥର ୩୧ ପ୍ରତିଶତ କମ୍ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ରହିଛି ।

{"id":129482}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.