Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ, ଆଜିଠୁ ବଢିବ ବର୍ଷା

11/07/2021 at 7:35 AM

ଭୁବନେଶ୍ୱର ୧୧/୦୭: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ଆଜି ଏହା ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପରେ ପରିଣତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ରବିବାରଠାରୁ ବର୍ଷା ପ୍ରକୋପ ବଢ଼ିପାରେ । ମାତ୍ର ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବଡ଼ ବର୍ଷା ବା ଲଗାଣ ବର୍ଷା ସମ୍ଭାବନା କମ୍‌ ।

ଅନୁମାନ କରାଯାଉଛି, ଆଜି ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ, ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଅଞ୍ଚଳର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ଗଜପତିି, ଗଞ୍ଜାମ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ । ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ । ୧୩ ଓ ୧୪ରେ ବି ବର୍ଷା ହେବ । ମାତ୍ର ଏହି ଲଘୁଚାପ ମୁଖ୍ୟତଃ ଓଡ଼ିଶାରେ ଅଧିକ ବର୍ଷା କରାଇବ । ରାଜ୍ୟର ବାକି ଅଞ୍ଚଳରେ ବିଶେଷ ବର୍ଷା ହେବନି । ଆଜି ଦିନ ଭିତରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା କମ୍‌ ରହିଛି । ଜୁନ ପହିଲାରୁ ଜୁଲାଇ ୧୦ ତାରିଖ ସୁଦ୍ଧା ଯେତିକି ବର୍ଷା ହେବା କଥା, ତା’ଠାରୁ ୨୦% କମ୍‌ ବର୍ଷା ହୋଇଛି । ୧୪ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଭଦ୍ରକରେ ସବୁଠୁ କମ୍‌ ବର୍ଷା ହୋଇଛି । ଏଠାରେ ସ୍ୱାଭାବିକ ତୁଳନାରେ ୫୮% ବର୍ଷା ଅଭାବ ଅଛି । ସ୍ଥିତି ଶୋଚନୀୟ ହେଲାଣି । ଜମି ଫାଟି ଆଁ କରିଛି । ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମ୍‌ ରହିଛି । ଏଣେ ବର୍ଷା ଅଭାବରୁ ଚାଷ କାମ ବିଳମ୍ବ ହେଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଗଲାଣି । ଯାଜପୁରରେ ୪୭% କମ୍‌ ବର୍ଷା ରହିଛି । ଗଜପତିରେ ୪୭% କମ୍‌ ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ସ୍ୱାଭାବିକଠାରୁ ୩୯% କମ୍‌ ବର୍ଷିଛି ମୌସୁମୀ । ଏହାବାଦ୍‌ ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ ଓ ଝାରସୁଗୁଡ଼ାରେ ବର୍ଷା ନିଅଣ୍ଟିଆ ଅଛି ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଲା, ୧୧ ତାରିଖ ଲଘୁଚାପ ପରେ ପୁଣି ଆଉ ଏକ ଲଘୁଚାପ ୧୮ ତାରିଖବେଳକୁ ହୋଇପାରେ । ମାତ୍ର ଉଭୟ ଲଘୁଚାପରେ ଆଶାନୁଯାୟୀ ବର୍ଷା ହେବନି ଓଡ଼ିଶାରେ । ତେଣୁ ରାଜ୍ୟରେ ଲାଗି ରହିଥିବା ବର୍ଷା ନିଅଣ୍ଟିଆ ସ୍ଥିତି ଆହୁରି ବିଗିଡ଼ିପାରେ । ଏମିତି ହେଲେ ଧାନ ଚାଷ ଉପରେ ବଡ଼ ପ୍ରଭାବ ପଡ଼ିପାରେ ।

   Related Posts