Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଆଗାମୀ ୨୪ ଘଣ୍ଟାରେ ଘୂର୍ଣ୍ଣିଝଡର ରୂପ ନେବ ଲଘୁଚାପ, ମେ ୧୮ ରୁ ୨୦ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

15/05/2020 at 7:57 PM

ଭୁବନେଶ୍ଵର ୧୫।୦୫: ଦକ୍ଷିଣ-ପୂର୍ବ ପଶ୍ଚିମବଙ୍ଗ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଲଘୁଚାପ ଶୁକ୍ରବାର ରାତି ସୁଦ୍ଧା ଅଧିକ ଘନିଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ଏହା ଘୁର୍ଣ୍ଣିଝଡର ରୂପ ନେଇପାରେ  ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି), ସୋଆ ଡିମ୍ସ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଲଘୁଚାପ ଶନିବାର ସକାଳ ସୁଦ୍ଧା ଗଭୀର ଅବତାପରେ ପରିଣତ ହେବାର ସମ୍ଭାବନା ରହିଛି। ସନ୍ଧ୍ୟା ସୁଦ୍ଧା ଏହା ଆହୁରି ଅଧିକ ସକ୍ରିୟ ହେବ ବୋଲି ସିଇସି ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ପ୍ରାରମ୍ଭିକ ସୂଚନା ଅନୁଯାୟୀ ଘୂର୍ଣ୍ଣିଝଡ ରବିବାର ସୁଦ୍ଧା ଉତ୍ତର-ଦକ୍ଷିଣ ଦିଗ ଅଭିମୁଖେ ଗତି କରି ଆଗକୁ ବଢିବ। ଏହା ପରେ ଏହା ଅଧିକ ତୀବ୍ରତର ହୋଇ ଉତ୍ତର ଓ ଉତ୍ତର-ପୂର୍ବ ଆଡକୁ ବଢି ଭୟଙ୍କର ରୂପ ନେବ। ମେ ୧୯ ସୁଦ୍ଧା ଧିରେ ଧିରେ ଏହା ଭୟଙ୍କର ଘୂର୍ଣ୍ଣିଝଡର ରୂପ ନେଇପାରେ।

ଡ. ସାହୁ କହିଛନ୍ତି ମେ ୧୭ ରୁ ମେ ୧୯ ସୁଦ୍ଧା ଘୂର୍ଣ୍ଣିଝଡ ତାମିଲନାଡୁ-ଆନ୍ଧ୍ର ପ୍ରଦେଶ- ଓଡିଶା ଉପକୂଳ ଦେଇ ଗତି କରିବ ଏବଂ ମେ ୧୯ ରାତିରେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ନିକଟ ଦେଇ ଅତିକ୍ରମ କରିବ। ଏହାରି ପ୍ରଭାବରେ ମେ ୨୦ ସନ୍ଧ୍ୟାରେ  ଓଡିଶାର ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ଵର ଉପକୂଳବର୍ତ୍ତୀ ଜିଲ୍ଲାକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।

ଏହାରି ପ୍ରଭାବରେ  ମେ ୧୮ରୁ  ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହି ପରି ମେ ୧୯ରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାଗୁଡିକର କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଡ. ସାହୁ କହିଛନ୍ତି ମେ ୨୦ରେ ରାଜ୍ୟର କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ ୧୯ ଓ ୨୦ରେ ଖୋର୍ଦ୍ଧା, ନୟାଗଡ, କଟକ, ଢେଙ୍କାନାଳ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ।

ଏହି ସମୟରେ ଓଡିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ,  ଯାଜପୁର, ଭଦ୍ରକ ଓ ବାଲେଶ୍ଵରରେ ପବନର ବେଗ ଘଣ୍ଟା ପ୍ରତି ବେଗ ୧୨୯ କିମି ରହିପାରେ। ମେ ୧୭ରୁ ମେ ୨୧ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।

   Related Posts