କି ଦୁର୍ନୀତି: କାମ ନିମ୍ନାମନର ଅଭିଯୋଗ କରି ରାସ୍ତା ତାଡିଦେଲେ ମହିଳା , ପତଳା ସିମେଣ୍ଟ ତଳୁ ବାହାରିଲା ଖାଲି ମାଟି ଆଉ ଖତ

Published By : Prameya-News7 Bureau | December 05, 2018 IST

କେନ୍ଦ୍ରାପଡା ୫|୧୨: ଗାଁରେ ଢଳେଇ ରାସ୍ତା କାମରେ ବି ଘୋଟାଲା ।  କାମ  ନିମ୍ନାମନର ଅଭିଯୋଗ କରି ରାସ୍ତା ତାଡିଦଲେ ମହିଳା । ଢଳେଇ ରାସ୍ତା ତାଡିଦେବା ପରେ କେବଳ ବାହାରିଲା ମୁଠା ମୁଠା ମାଟି। କେନ୍ଦ୍ରାପଡା  ଡେରାବିଶ କାଦୁଆ ଗାଁରୁ ଆସିଛି ଏଭଳି ଖବର । ଗାଁ ରାସ୍ତା କାମକୁ ନେଇ ତାତିଲେ ମହିଳା । ଉତ୍ତ୍ୟକ୍ତ ମହିଳା ନିର୍ମାଣାଧୀନ ରାସ୍ତାକୁ ଖଡିକାରେ  ଖୋଳିଦଲେ । କେନ୍ଦ୍ରାପଡା  ଡେରାବିଶ କାଦୁଆ ଗାଁର ଏ ଦୃଶ୍ୟ ।  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାଦୁଆ ଗାଁରେ ପକ୍କା ରାସ୍ତା ନିର୍ମାଣ ଚାଲିଛି। ତେବେ  ଠିକାଦାର ନିମ୍ନ ମାନର କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଗାଁର ର ମହିଳା ଏକାଠି ହୋଇ ରାସ୍ତାକାମର ପ୍ରତିବାଦ କରିବା ସହିତ ଖଡିକାରେ ନିର୍ମ।ଣାଧୀନ ରାସ୍ତାକୁ ଖୋଳି ପକାଇଛନ୍ତି । ଆଉ ଖୋଳିବା ପରେ ଗୋଡି, ସିମେଣ୍ଟ ତଳୁ ବାହାରୁଛି କେବଳ ମାଟି ଓ ଖତ । ମାଟି ଉପରେ ନାଁକୁ ମାତ୍ର ଢଳେଇ ଢାଳି  କାମ ସାରିଦେଇଛି ଠିକାଦାର । ଏହି ଗ୍ରାମ୍ୟ ସଡକଟି କଟକ-ଚାନ୍ଦବାଲି ରାସ୍ତାର ବାଲିଆ ଛକକୁ ଓରସଗା, ସହରପୁର, ଭାଣ୍ଡିଲୋ, ଆରିପଦା, ଚକ୍ରୋଡା, ପଟକୁରା ପ୍ରଭୃତି 20 ଖଣ୍ଡ ଗଁ।କୁ ସଂଯୋଗ କରୁଛି। ଦୈନିକ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ଚଳାଚଳ କରେ ଏହି ରାସ୍ତାରେ । ଅନ୍ୟପକ୍ଷରେ ରାସ୍ତା ମଝିରେ ରହିଛି ଅସଂଖ୍ୟ ଇଲେକ୍ଟ୍ରି ଖୁଣ୍ଟ । ସେସବୁକୁ ସ୍ଥାନାନ୍ତର ନକରି ରାସ୍ତାକାମ କରିଚାଲିଛି ଠିକାଦାର । କିନ୍ତୁ  ନିମ୍ନମାନର ଓ ଅଣ ଓସାରିଆ ରାସ୍ତା ନିର୍ମ।ଣ ଯୋଗୁଁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ କାର୍ଯୟନିର୍ବ।ହୀ ଯନ୍ତ୍ରୀ କୌଣସି ପ୍ରତିକ୍ରୀୟା ନଦେଇ ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ଅନ୍ୟପକ୍ଷରେ ନିମ୍ନମାନର କାମର ଅଭିଯୋଗ ସମ୍ପର୍କରେ ଠିକାଦାରହ୍କ ଯୁକ୍ତି ବଡ ଅଜବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.