ଅଙ୍ଗନୱାଡୀରେ ପିଲାଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ସୁଜି ଓ ଗମରା ଗନ୍ଧ ହେଉଥିବା ଖାଦ୍ୟ ସାମଗ୍ରୀ

Published By : Prameya-News7 Bureau | March 26, 2019 IST

କେନ୍ଦ୍ରାପଡା(ମାତୃଦତ୍ତ ମହାନ୍ତି)୨୬|୩: ପିଲାଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ସୁଜି । ଶିଶୁଙ୍କୁ ବଣ୍ଟାଗଲା ଅବଧି ସରିଯାଇଥିବା ଆଉ ଗମରା ଗନ୍ଧ ହେଉଥିବା ଖାଦ୍ୟ ସାମଗ୍ରୀ ।ଅଙ୍ଗନୱାଡ଼ିରୁ ଆଜ୍ଞା ଏମିତି ଜିନିଷ ମିଳୁଛି କୁନି କୁନି ପିଲାଙ୍କୁ । କେନ୍ଦ୍ରାପଡ଼ା ବାରୁଆ ଗାଁରୁ ଏଇ  ରିପୋର୍ଟ -

{"id":97136}

ସୁଜି ପ୍ୟାକେଟ୍ ରୁ ବାହାରୁଛି ଉକୁଣିଆ ପୋକ। ଗମରା ଗନ୍ଧରେ ନାକ ଫାଟି ପଡୁଛି। ବିଣ୍ଡା ବାନ୍ଧି ଯାଇଛି ସୁଜି। ଅଙ୍ଗନୱାଡିରୁ ପିଲାଙ୍କ ପାଇଁ ଏମିତି ଖାଦ୍ୟ ସାମଗ୍ରୀ ଆସୁଛି । କେନ୍ଦ୍ରାପଡା ବାରୁଅ ଗାଁରେ ଶିଶୁଙ୍କୁ ଏହିପରି ନିମ୍ନମାନର ଓ ନଷ୍ଟ ହୋଇଯାଇଥିବା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ସୁଜି ପ୍ୟାକେଟ ଗତ ଜାନୁଆରୀ ୩୦ ତାରିଖରେ ପ୍ୟାକିଙ୍ଗ କରାଯାଇଥିଲା। ପ୍ୟାକିଙ୍ଗର ୩୦ ଦିନ ମଧ୍ୟରେ ଅର୍ଥ।ତ୍ ଫେବୃଆରୀ ୨୮ ତାରିଖ ଭିତରେ ଏହାକୁ ବ୍ୟବହାର କରିବା ପାଇଁ ପ୍ୟାକେଟରେ ଲେଖାଯାଇଛି।  ପ୍ରାୟ ୨୫ ଦିନ ହେଲାଣି  ଏକ୍ସପାରି ଡେଟ୍ ଗଲାଣି । ତଥାପି ପିଲାମାନଙ୍କୁ ଏହି ଖାଦ୍ୟକୁ ବଣ୍ଟନ କରାଯାଇଛି ।

{"id":97137}

ଏପଟେ ଛତୁଆ ଚଲାରେ ଚଲେଇ ଦେବା ପରେ ଖଦଡା ଓ ନାନା ଆବର୍ଜନା ବାହାରୁଛି । ଏହାକୁ ଖାଇବା ଦ୍ବାର ପିଲାଙ୍କର ପତଳା ଝାଡ଼ା ଏବଂ ବାନ୍ତି ହେଉଥିବା କିଛି ଅଭିଭାବକ କହିଛନ୍ତି ।

{"id":97138}

ଏହି ଏକ୍ସପାରି ଡେଟେଡ ସୁଜି ଓ ନିମ୍ନମାନର ଛତୁଆ ବାଟିଂଥିବା ଅଙ୍ଗନବାଡି କର୍ମୀ ଅଭିଯୋଗ ସମ୍ପର୍କରେ ଜାଣିବା ପରେ ପ୍ରଥମେ ତାଙ୍କ ପାଟି ଖନି ମାରିବା ଆରମ୍ଭ ହୋଇଥିଲା। ତେବେ ଛତୁଆ ଓ ସୁଜି ସେ ପ୍ୟାକିଙ୍ଗ୍ କରୁ ନଥିବାରୁ ଦୋଷ ତାଙ୍କର ନୁହେଁ ବୋଲି ଦମ୍ଭର ସହ କହିଥିଲେ ଅଙ୍ଗନବାଡି କର୍ମୀ । ସୁଜି ପ୍ୟାକେଟରେ ଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ବ୍ଲକ୍ ଜମଧର ଗାଁ 'ବାବା ଅଭିରାମ ସ୍ବୟଂ ସହାୟକ ଗୋଷ୍ଠୀ' ଏହି ଛତୁଆ ପ୍ରସ୍ତୁତ କରି ବିତରଣ କରୁଛନ୍ତି

{"id":97139}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.