ଥାନାରେ ହାତ ଧରାଧରି ହୋଇ ପହଞ୍ଚିଗଲେ ପ୍ରେମୀଯୁଗଳ, ଥାନା ବାବୁଙ୍କୁ ବିନତି କରି କହିଲେ- ‘ସାର୍ ଆମ…’

Published By : Prameya-News7 Bureau | January 06, 2021 IST

ଲକ୍ଷ୍ନୌ ୦୬/୦୧: ସାର ! ଆମର ବିବାହ ବୟସ ହୋଇଯାଇଛି। ଏଇ ନିଅନ୍ତୁ ପ୍ରମାଣ ପତ୍ର। ଆମେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛୁ । କିନ୍ତୁ ଘର ଲୋକ ରାଜି ହେଉନାହାନ୍ତି । ଆପଣ ଆମ ବାହା ଘର କରାଇଦିଅନ୍ତୁ। ଥାନରେ ଥାନାଧିକାରୀଙ୍କୁ ଏଭଳି ଗୁହାରି କରିଛନ୍ତି ପ୍ରେମୀ ଯୁଗଳ। ଏହି ଘଟଣା ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲା ସ୍ଥିତ କଶନୀ ଥାନାରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ସୌରିଖ ଅଞ୍ଚଳର ଯୁବକ ଓ କିଶନୀ ଅଞ୍ଚଳର ଯୁବତୀ ଥାନାରେ ପହଞ୍ଚିଥିଲେ। ସେମାନେ ଥାନା ଅଧିକାରୀ ଅଜିତ ସିଂହଙ୍କୁ ସାକ୍ଷାତ କରିଥିଲେ। ପ୍ରେମୀ ଯୁଗଳ ଥାନା ବାବୁଙ୍କୁ ପ୍ରାପ୍ତ ବୟସ୍କ ହେବାର ପ୍ରମାଣ ପତ୍ର ଭାବେ ମେଟ୍ରିକ୍‌ ସାର୍ଟିଫିକେଟ୍‌ ଦେଇଥିଲେ। ଦୁଇ ଜଣ ସାବାଳକ ଓ ସାବାଳିକା ଏବଂ ଦୁଇ ଜଣ ଭଲ ପାଉଛନ୍ତି । ପରିବାର ଲୋକେ ଏଥିରେ ରାଜି ନାହାନ୍ତି। ତେଣୁ ଅନ୍ୟତ୍ର ବିବାହ ଠିକ୍‌ କରୁଛନ୍ତି ବୋଲି ପ୍ରେମୀଯୁଗଳ ଥାନାରେ କହିଥିଲେ।

ଏପରିକି ପୋଲିସ ବାବୁ ତାଙ୍କର ବାହାଘର କରାନ୍ତୁ ବୋଲି ପ୍ରେମୀଯୁଗଳ ଗୁହାରୀ କରିଥିଲେ। ଏମିତି ଗୁହାରୀ ଶୁଣି ଥାନା ବାବୁ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ସେମାନଙ୍କ ବିବାହ କରିବାକୁ କହିଥିଲେ। ଏହା ସହ ପ୍ରେମୀଯୁଗଳଙ୍କ ପରିବାର ପାଖରୁ ସେମାନଙ୍କ ବାହାଘର ୧୫ ଦିନ ଭିତରେ କରିବାକୁ ଲିଖିତ ପ୍ରମାଣ ରଖିଥିଲେ ଥାନା ବାବୁ।

ପରିବାର ଲୋକଙ୍କୁ ପୋଲିସ ବାବୁ ତାଗିଦ କରି କହିଥିଲେ, ସେମାନଙ୍କ ବିବାହ ବୟସ ହୋଇଥିବାରୁ ସେମାନଙ୍କ ଭାବନାକୁ ନଜରରେ ରଖି ନିଷ୍ପତ୍ତି ନିଅନ୍ତୁ। ଏହା ପରେ ଯୁବକ ଓ ଯୁବତୀଙ୍କୁ ପରିବାର ଲୋକଙ୍କ ସହ ଯିବାକୁ କହିଥିଲେ ଥାନା ବାବୁ। ସତରେ ଥାନା ବାବୁ ସେମାନଙ୍କ ବିନତି ଶୁଣିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.