Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ବଞ୍ଚିଥିବା ବେଳେ ପ୍ରେମକୁ ମିଳିଲାନି ସ୍ବୀକୃତି, ମରିବା ପରେ ମୃତଦେହର ବିବାହ କଲେ ପରିବାର ଲୋକେ

2/08/2021 at 8:55 PM

ମୁମ୍ବାଇ ୦୨/୦୮: ବଞ୍ଚିଥିବା ବେଳେ ପ୍ରେମୀଯୁଗଳଙ୍କ ପ୍ରେମକୁ ସ୍ବୀକୃତି ଦେଲେ ନାହିଁ ପରିବାର । କେତେ କାକୁତି ମିନତୀ ହୋଇଥିଲେ ଦୁହେଁ । ସାତ ଜନ୍ମର ସାଥି ହେବା ପାଇଁ ଦେଖିଥିଲେ ଅନେକ ସ୍ବପ୍ନ। ପରିବାର ଲୋକେ ଅରାଜି ହେଲେ ବି ଦିନେ ନା ଦିନେ ସେମାନଙ୍କ ପ୍ରେମକୁ ଗ୍ରହଣ କରିନେବେ ବୋଲି ମନରେ ବାନ୍ଧିଥିଲେ ଆଶା। ସବୁ ଆଶା, ବିଶ୍ବାସ ଭାଙ୍ଗିରୁଜି ଚୂରମାର ହୋଇଯିବା ପରେ ମୃତ୍ୟୁକୁ ହିଁ ଏକମାତ୍ର ବିକଳ୍ପ ବୋଲି ବାଛିନେଲେ ପ୍ରେମୀଯୁଗଳ। ଶେଷରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ। ସେପଟେ ବଞ୍ଚିଥିବା ବେଳେ ପ୍ରେମକୁ ସ୍ବୀକୃତି ଦେଇନଥିବା ପରିବାର ଶେଷକୃତ୍ୟ ପୂର୍ବରୁ ସେମାନଙ୍କ ବିବାହ କରିଛନ୍ତି। ଏମିତି ଏକ ଘଟଣା ମହାରାଷ୍ଟ୍ରର ଜଳଗ୍ରାମ ଜିଲ୍ଲା ସ୍ଥିତ ବଡେ ଗାଁରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ପଲାଡ ଗାଁରେ ରହୁଥିବା ୨୨ ବର୍ଷୀୟ ମୁକେଶ ସୋନେଓ୍ବାନେ ଏବଂ ୧୯ ବର୍ଷୀୟା ନେହା ଠାକରେ ପରଷ୍ପରକୁ ଭଲ ପାଉଥିଲେ। ଦୁଇ ଜଣ ସାମନ ଗୋତ୍ରର ହୋଇଥିବାରୁ ତାଙ୍କର ପ୍ରେମକୁ ସ୍ବୀକୃତି ଦେଇନଥିଲେ ପରିବାର ଲୋକେ। ଏହା ପରେ ମୁକେଶ ଏବଂ ନେହା ନିରାଶ ହୋଇଥିଲେ। କିଛି ବିକଳ୍ପ ଖୋଜିନପାରି ଶେଷରେ ଜୀବନକୁ ଶେଷ କରିବାକୁ ଚିନ୍ତା କରିଥିଲେ ମୁକେଶ ଏବଂ ନେହା। ରବିବାର ସକାଳେ ଦୁହେଁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ନ୍ୟୁଜ ୧୮ରେ ପ୍ରକାଶିତ ଖବର ମୁତାବିକ, ମୁକେଶ ନେହାଙ୍କ ଘରକୁ ବିବାହ ପ୍ରସ୍ତାବ ପଠାଇଥିଲେ। କିନ୍ତୁ ତାଙ୍କ ଘର ଲୋକେ ମନା କରିଦେଇଥିଲେ। ତାପରେ ଦୁହେଁ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରୁ ଯଦିଓ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ କିନ୍ତୁ ଆତ୍ମହତ୍ୟା ପୂର୍ବରୁ ମୁକେଶ ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌ରେ ‘ଗୁଡବାୟ’ ବୋଲି ଲେଖିଥିଲେ। ଦୁଇ ଜଣଙ୍କ ଶବ ମିଳିବା ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେଠାରୁ ଶବ ଗାଁକୁ ଆସିଥିଲା। ପରିବାର ଲୋକେ ଶବ ସଂସ୍କାର କରିବା ପୂର୍ବରୁ ଦୁହିଁଙ୍କ ବିବାହ ବିଦ୍ଧିପୂର୍ବକ କରାଇଥିବା ଜଣାପଡ଼ିଛି।

   Related Posts