ହରପ୍ପା ସଭ୍ୟତାର ପ୍ରେମୀ ଯୁଗଳଙ୍କ କଙ୍କାଳ ଉଦ୍ଧାର : କଣ ଥିଲା ତାଙ୍କ ମୃତ୍ୟୁର ରହସ୍ୟ ?

Published By : Prameya-News7 Bureau | January 11, 2019 IST

ହିସାର ୧୧/ ୧: ହରିୟାଣାର ହିସାର ଜିଲ୍ଲାର ରଖିଗଡି ଗାଁରେ ହରପ୍ପା ସଭ୍ୟତାର ଏକ ସ୍ଥାନର ଖନନ ବେଳେ ୪୫୦୦ ବର୍ଷ ପୁରୁଣା ଏକ ପ୍ରେମୀ ଯୁଗଳଙ୍କ କଙ୍କାଳ ଉଦ୍ଧାର ହୋଇଥିଲା | ୨୦୧୬ ମସିହାରେ ଭାରତ ଏବଂ ଦକ୍ଷିଣ କୋରିଆର ବୈଜ୍ଞାନିକଙ୍କୁ ଏହି କଙ୍କାଳ ମିଳିଥିଲା | ଗତ ଦୁଇ ବର୍ଷ ହେଲା ଏହି ପ୍ରେମୀ ଯୁଗଳଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚାଲିଥିଲା | ତଦନ୍ତ ରିପୋର୍ଟରେ ସତ୍ୟାସତ୍ୟ ଏକ ଅନ୍ତରାଷ୍ଟ୍ରୀୟ ପତ୍ରିକାରେ ବାହାରିଥିଲା |


ପୁରାତତ୍ଵବିଦ ବସନ୍ତ ସିଂଦେ ଏକ ଇଣ୍ଟରଭିୟୁରେ କହିଥିଲେ ଯେ, "ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ଏହି କଙ୍କାଳ ପରସ୍ପର ଆଡକୁ ଦେଖୁଥିବା ଭଳି ଜଣାପଡୁଛି | ଉଭୟଙ୍କ କଙ୍କାଳର ସ୍ଥିତି ଦେଖି ଜଣାପଡୁଛି ସେମାନେ ପ୍ରେମୀ ଯୁଗଳ ଥିଲେ ଏବଂ ଉଭୟଙ୍କ ମୃତ୍ୟୁ ଗୋଟିଏ ସ୍ଥାନରେ ହୋଇଥିବା | କିନ୍ତୁ ଉଭୟଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଥିଲା ତାହା ଏବେ ଯାଏଁ ଜଣାପଡିନାହିଁ |"


ଏହି ଦୁଇଟି କଙ୍କାଳ ମାଟିର ଅଧା ମିଟର ତଳେ ପୋତା ଯାଇଥିଲା | ବୈଜ୍ଞାନିକମାନଙ୍କ ମତ ଅନୁସାରେ ମୃତ୍ୟୁ ବେଳକୁ ପୁରୁଷର ବୟସ ପାଖାପାଖି ୩୫ ବର୍ଷ ହୋଇଥିବ ଏବଂ ମହିଳାଙ୍କ ବୟସ ପାଖାପାଖି ୨୫ ବର୍ଷ ହୋଇଥିବ | ପୁରୁଷଙ୍କ ଉଚ୍ଚତା ୫.୮ ଇଞ୍ଚ ହୋଇଥିବାବେଳେ ମହିଳାଙ୍କ ଉଚ୍ଚତା ୫.୬ ଇଂଚ ହୋଇଥିବ ବୈଜ୍ଞାନିକ କହିଛନ୍ତି | ତେବେ ଉଭୟଙ୍କୁ କୌଣସି ରୋଗ ନଥିବା କଙ୍କାଳରୁ ଜଣାପଡିଛି | ତେବେ ଉଭୟଙ୍କ ମୃତ୍ୟୁ ଏକାସଙ୍ଗେ ହୋଇଥିବ, ସେଥିପାଇଁ ଉଭୟଙ୍କୁ ଏକାସଙ୍ଗେ ପୋତା ଯାଇଥିବା ବୋଲି ବୈଜ୍ଞାନିକ ମତପୋଷଣ କରିଛନ୍ତି |

{"id":72664,"width":587,"height":383}


ରଖିଗଡି ଗାଁରୁ ଆଜି ଯାଏଁ ଯାହା ଉଦ୍ଧାର ହୋଇଛି ସେସବୁ ସାଧାରଣ ଜିନିଷ | ହରପ୍ପା ସଭ୍ୟତା ସାଧାରଣ ଜିନିଷ ହିଁ ମିଳିଥାଏ | ଏହି କଙ୍କାଳ ଛଡା ଖନନ ବେଳେ କିଛି ବାସନ ଏବଂ ଗହଣା ମଧ୍ୟ ଉଦ୍ଧାର ହୋଇଥିଲା | ସେସବୁ କାଂସ୍ୟ ଯୁଗର ବୋଲି ବୈଜ୍ଞାନିକ କହିଛନ୍ତି |


ମେସୋପଟାମିଆଁ ସଭ୍ୟତା ବିଷୟରେ ଆଲୋଚନା କଲେ ଜଣାପଡିବ ଯେ, ସେତେବେଳେ ରାଜାମାନଙ୍କୁ ମହଙ୍ଗା ଆଭୂଷଣ, କଳାକୃତି ଏବଂ ବଡ ହୋର୍ଡ଼ିଂଗ ସହ ପୋତା ଯାଉଥିଲା | ଅସାଧାରଣ କଥା ହେଲା ମେସୋପୋଟାମିଆଁ ସଭ୍ୟତାରେ ଏମିତି ଅନେକ କଙ୍କାଳ ଉଦ୍ଧାର ହୋଥିଲା ଯେଉଁଥିରେ ହରପ୍ପା ସଭ୍ୟତାର ଆଭୂଷଣ ରହିଥିଲା |


ପୁରାତତ୍ତ୍ୱବିଦଙ୍କ କହିବା ଅନୁସାରେ, ଏହି ପ୍ରେମୀ ଯୁଗଳ ୧୨୦୦ ଏକର ବିଶିଷ୍ଟ ଏକ ବସ୍ତିରେ ରହୁଥିଲେ | ସେହି ବସ୍ତିରେ ପାଖାପାଖି ୧୦ ହଜାର ଲୋକେ ବସବାସ କରୁଥିଲେ | ଭାରତ ଏବଂ ପାକିସ୍ତାନରେ ପାଖାପାଖି ୨୦୦୦ ହରପ୍ପା ସାଇଟକୁ ଖୋଜ ଯାଇଛି | ରଖିଗଡି ହରପ୍ପା ସଭ୍ୟତାର ସବୁଠାରୁ ବଡ ସହର ମହେଞ୍ଜୋଦାରୋ ଠାରୁ ମଧ୍ୟ ବଡ | ରଖିଗଡିରେ ପୁରାତତ୍ତ୍ୱବିଦଙ୍କୁ ଏକ ସ୍ମଶାନରୁ ୭୦ ଟି କବର ମିଳିଥିଲା | ସେମାନଙ୍କ ମଧ୍ୟରେ ଏହି ପ୍ରେମୀ ଯୁଗଳଙ୍କ କଙ୍କାଳ ମଧ୍ୟ ରହିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.