ଗୁପଚୁପ୍ ଖାଇବାରୁ ହୋଇଗଲା ପ୍ରେମ : ବିକାଳି ସହ ଛୁ ହୋଇଗଲେ ନାବାଳିକା

Published By : Prameya-News7 Bureau | August 08, 2020 IST

ମିର୍ଜାପୁର ୮/୮: ଉତ୍ତରପ୍ରଦେଶର ମିର୍ଜାପୁରରୁ ଏକ ଅଦ୍ଭୁତ ମାମଲା ସାମନାକୁ ଆସିଛି । ଏଠାରେ ଜଣେ ନାବାଳିକା ଗୁପଚୁପ୍ ଖାଇବାକୁ ଯାଇଥିବାବେଳେ ତାଙ୍କୁ ଗୁପଚୁପ୍ ବିକାଳି ସହ ପ୍ରେମ ହୋଇଯାଇଛି। କେବଳ ଏତିକି ନୁହେଁ ସୁଯୋଗ ପାଇ ସେ ଗୁପଚୁପ୍ ବିକାଳି ସହ ଘରୁ ଚମ୍ପଟ ହୋଇଯାଇଛି। ନାବାଳିକା ପରଦିନ ଘରକୁ ​‌ଫେରିବାରୁ ଘଟଣା ବିଷୟରେ ଜଣା ପଡ଼ିଥିଲା।

‌ଏହି ମାମଲା ମିର୍ଜାପୁରର କଛଓ୍ବା ବଜାରର। ଏଠାରେ ଝାନସିରୁ ଆସି ରାସ୍ତା କଡ଼ରେ ଗୁପଚୁପ୍ ବିକୁଥିବା ଯୁବକକୁ ହାଇସ୍କୁଲରେ ପଢ଼ୁଥିବା ନାବାଳିକା ଭଲ ପାଇ ବସିଛି। ନାବାଳିକା ସବୁ ଦିନ ଗୁପଚୁପ୍ ଖାଇବାକୁ ଯାଉଥିଲେ। ଥରେ ସୁଯୋଗ ପାଇ ଦୁହେଁ ଜୁଲାଇ ୨୮ତାରିଖ ରାତି ୧୧ଟାରେ ଘରୁ ପଳାଇ ଯାଇଥିଲେ।

ନାବାଳିକାଙ୍କ ପରିବାର ଲୋକେ ଘଟଣା ବିଷୟରେ ପତ୍ତା ଲଗାଇବାରୁ ଜଣା ପଡ଼ିଥିଲା ଯେ ଗୁପଚୁପ୍ ବିକୁଥିବା ଯୁବକ ମଧ୍ୟ ନିଖୋଜ ଅଛି। ଏହା ପରେ ପରିବାର ଲୋକେ କଛଓ୍ବା ଥାନାରେ ପୋଲିସକୁ ଏହାର ସୂଚନା ଦେଇଥିଲେ।

ସୂଚନା ପରେ ପୋଲିସ୍ ସକ୍ରିୟ ହୋଇଥିଲା। ଏହି ସମୟରେ ଗୁପଚୁପ୍ ବିକୁଥିବା ଯୁବକ ପରିବାର ଲୋକଙ୍କୁ ଫୋନ୍ କରି କହିଥିଲେ ଯେ ସେ ନିଜ ପ୍ରେମିକା ସହ ଝାନସି ଯାଉଛନ୍ତି।

ଯୁବକର ପରିବାର ଏବଂ ପୋଲିସର କଥାବାର୍ତ୍ତା ପରେ ସେ ନାବାଳିକାଙ୍କୁ ଛାଡ଼ିଥିଲେ। ତା ପରଦିନ ପ୍ରେମିକ ସହ ଫେରାର ହୋଇଯାଇଥିବା ନାବାଳିକାଙ୍କୁ ପୋଲିସ ସହାୟତାରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.