Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପୋଲ ତଳେ ଆପତ୍ତିଜନକ ଅବସ୍ଥାରେ ଥିଲେ ଯୁବକ-ଯୁବତୀ, ଶାରୀରିକ ସମ୍ପର୍କ ବେଳେ ଧରିଦେଲେ ଗାଁ ଲୋକେ, ତା’ପରେ…

2/03/2021 at 11:12 AM

ପୁରୀ,୦୩/୦୨: ୮ ମାସର ଥିଲା ପ୍ରେମ ସମ୍ପର୍କ । ପ୍ରେମିକା ସାବାଳିକା ନୁହେଁ ବରଂ ଥିଲା ନାବାଳିକା । ନାବାଳିକା ଜାଣି ବି ପ୍ରେମିକ ଆଇନ୍‌କୁ ପ୍ରେମିକ ହାତକୁ ନେଇଥିଲା । ବିଭିନ୍ନ ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇବା ପରେ ଶାରୀରିକ ସମ୍ପର୍କ ରଖିଥିଲା। ବାରମ୍ବାର ନାବାଳିକାର ଅସହାୟତାର ଫାଇଦା ଉଠାଉଥିଲା । ଶେଷରେ ପୋଲ ତଳୁ ଧରାପଡି ଫସିଗଲା ପ୍ରେମିକ । ନାବାଳିକା ସହ ରୋମିଓକୁ ଧରିଦେଲେ ଗାଁ ଲୋକେ । ହେଲେ ବିବାହ ପ୍ରତିଶ୍ରୁତି ଦେଇ ଶେଷରେ ଧୋକା ଦେଲା ପ୍ରେମିକ । ଏନେଇ ଆଇନ୍‌ର ଆଶ୍ରୟ ନେଲେ ନାବାଳିକା । ଏନେଇ ସଦର ଥାନା ପୁଲିସ ପୋକ୍‌ସୋ ଆକ୍ଟରେ ବଳାତ୍କାର ମାମଲା ରୁଜୁ କରି ରୋମିଓକୁ ଗିରଫ କରିଛି । ରୋମିଓ ଜଣକ ଦରଝଙ୍ଗା ଗ୍ରାମର ସମୀର ପରିଡା ବୋଲି ଜଣାପଡିଛି ।

ପୋଲିସର କହିବାନୁସାରେ, ସମୀର ୬ ମାସ ଧରି ନାବାଳିକାଙ୍କୁ ପ୍ରେମ କରୁଥିଲା । ବାରମ୍ବାର ପ୍ରେମ ନିବେଦନ ଓ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଫସାଇଥିଲା । ନାବାଳିକାଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କୁ ବାହାରକୁ ଡାକି ନେଇ ଦୁଷ୍କର୍ମ କରୁଥିଲା । ହେଲେ ପରିସ୍ଥିତିରେ ପଡି ନାବାଳିକା ଏସବୁ କାହାରି ଆଗରେ ପ୍ରକାଶ କରିପାରୁନଥିଲେ । ଗତ ୨୭ ତାରିଖ ରାତି । ନାବାଳିକାକୁ ଡାକି ନେଇଥିଲା ସମୀର । ଗାଁ ନିକଟ ଏକ ପୋଲ ତଳେ ନାବାଳିକାଙ୍କ ଇଚ୍ଛା ନଥିବା ସତ୍ତ୍ୱେ ଶାରିରୀକ ସମ୍ବନ୍ଧ ରଖିଥିବା ଅଭିଯୋଗ ହୋଇଛି । ଠିକ୍‌ ସେହି ସମୟରେ କିଛି ଲୋକ ଗହୀରକୁ ଷଣ୍ଢ ବାଡ଼େଇବା ପାଇଁ ଯାଇଥିଲେ । ସେମାନେ ଫେରିବାବେଳେ ପୋଲ ତଳେ ଦୁହିଁଙ୍କୁ ଦେଖି କାବୁ କରିଥିଲେ । ପରେ ନାବାଳିକାଙ୍କ ଗାଁରେ ବୈଠକ କରି ସେହି ରାତିରେ ସମୀରର ଗାଁକୁ ଖବର ଦିଆଗଲା । ସମୀରର ପରିବାର ଲୋକେ ଆସି ବୈଠକରେ ଯୋଗ ଦେଇଥିଲେ । ଉଭୟଙ୍କ ବିବାହ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ସମୀର ପରିବାର ଲୋକଙ୍କ ସହ ଗାଁକୁ ଫେରିଥିଲା ।

କିନ୍ତୁ ବିବାହ କରିବାକୁ ରାଜି ନଥିଲା ସମୀର । ଅଳ୍ପଦିନରେ ନାବାଳିକାଙ୍କୁ ୧୮ ବର୍ଷ ହୋଇଯିବ ଓ ଏହାପରେ ବିବାହ ହେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ନାରାଜ ହୋଇଥିଲା ସମୀର । ତେଣୁ ଏନେଇ ୨୮ ତାରିଖରେ ନାବାଳିକା ଥାନାରେ ଏତଲା ଦେଇଥିଲେ । ୮ ମାସ ତଳୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି କଲେଜ ଯିବା ବାଟରେ ହଇରାଣ କରୁଥିବା ନେଇ ଅଭିଯୋଗ କରିବା ସହ ଏବେ ସେ ମାନସିକ ଭାରସାମ୍ୟ ହରାଇଛନ୍ତି । ଏନେଇ ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରି ସମୀରକୁ ଗିରଫ କରିଛି । ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

   Related Posts