Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ପ୍ରେମିକା ବାହା ଘର ବନ୍ଦ କରିବାକୁ ପ୍ରେମିକ କଲା ଏମିତି କାମ, ଏବେ ଯାହା କରିବେ ମୁଖ୍ୟମନ୍ତ୍ରୀ !

17/05/2021 at 8:56 PM

ପାଟନା ୧୭/୫: କରୋନା ଭୂତାଣୁ ସଂକ୍ରମଣ ଗତିରେ ରୋକ ଲଗାଇବାକୁ ବିହାରରେ ଲକଡାଉନ ଲାଗିଛି। ଏହି ଅବଧିକୁ ପୁଣି ଥରେ ୨୫ ମେ’କୁ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଟ୍ବିଟ୍‌ କରି ଜଣାଇଛନ୍ତି। ଏ ତ ଥିଲା ବିହାରରେ ସଂକ୍ରମଣ ଏବଂ ଲକ୍‌ଡାଉନ୍‌ ଖବର। କିନ୍ତୁ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଜଣେ ପାଗଳ ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍‌ରେ ଦେଇଥିବା ରିପ୍ଲାଏ କୌତୁହଳ ସୃଷ୍ଟି କରିଛି। ହୁଏତ ତାଙ୍କ ପାଇଁ ଏହା ଦୁଃଖ ଏବଂ ଆଶଙ୍କାର ବିଷୟ ହୋଇାପାରେ କିନ୍ତୁ ଯୁବକଙ୍କ ଟ୍ବିଟ୍‌ ପଢ଼ିଲେ ଆପଣଙ୍କ ଓଠରେ ଚେନାଏ ହସ ଫୁଟିଉଠିବ ନିଶ୍ଚୟ। ରାଜ୍ୟରେ ଲକଡାଉନ୍‌ ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ କରିଥିବା ଟ୍ବିଟ୍‌ରେ ରିପ୍ଲାଏ କରି ଜଣେ ବିହାରର ଯୁବକ ଅଜବ ଦାବି କରିଛନ୍ତି।

ଲକ୍‌ଡାଉନ ଲାଗିଛି ଭଲ ହୋଇଛି କିନ୍ତୁ ବିବାହ ଉତ୍ସବ ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଛି । ଏହା ଦ୍ବାରା ୧୯ ମେ’ରେ ବିବାହ କରିବାକୁ ଯାଉଥିବା ତାଙ୍କ ପ୍ରେମିକାର ବାହା ଘର ବନ୍ଦ ହୋଇପାରିବ ବୋଲି ପାଗଳ ପ୍ରେମିକ ଲେଖିଛନ୍ତି। ଯୁବକଜଣଙ୍କ ଟ୍ବିଟ୍‌ରରେ ଲେଖିଛନ୍ତି, ‘ସାର୍‌ ଯଦି ବିବାହ ଉପରେ ରୋକ ଲଗାଇଦିଅନ୍ତି ତ ମୋ ଗର୍ଲଫ୍ରେଣ୍ଡର ବାହା ଘର ୧୯ ମେରେ ଥିଲା ବନ୍ଦ ହୋଇଯାଆନ୍ତା। ମୁ ଆପଣଙ୍କ ଠାରେ କୃତଜ୍ଞ ରହିବି।’

ତେବେ ପ୍ରେମିକଙ୍କ ଅନୁରୋଧ ମୁଖ୍ୟମନ୍ତ୍ରୀ ରଖିବେ କି ନାହିଁ ଜଣାନାହିଁ। କିନ୍ତୁ ଏହି ଟ୍ବିଟ୍‌କୁ ହଜାର ହଜାର ଲୋକେ ଲାଇକ ଏବଂ ସେୟାର କରୁଛନ୍ତି। ସମସ୍ତଙ୍କ ମୁହଁ​‌ରେ ଗୋଟିଏ ପ୍ରଶ୍ନ ଯଦି ବିବାହ ଉପରେ ସରକାର ରୋକ ଲଗାଇଦିଅନ୍ତି ତେବେ ସେ କଣ ତାଙ୍କ ପ୍ରେମିକାକୁ ବାହା ହୋଇପାରିବେ ?

   Related Posts