Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରେମ ସପ୍ତାହରେ ପ୍ରେମୀଯୁଗଳଙ୍କୁ ହତ୍ୟା : ଟୁକୁଡା ଟୁକୁଡା କରି କାଟି ପୋଡିଦେଲେ ଘରଲୋକ

ଗୟା ୧୨/୨ : ପ୍ରେମ ପଡିଲା ମହଙ୍ଗା | ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କ ଜୀବନ ଗଲା | ବିହାର ଗୟାରେ ଘଟିଛି ଏଭଳି କାଣ୍ଡ | ପ୍ରେମୀ ଯୁଗଳଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଟୁକୁଡା ଟୁକୁଡା କରି କାଟି ପେମାର ନଦୀ କୂଳରେ ପୋଡି ଦିଆଗଲା | ଘଟଣାରେ ଗୟା ପୋଲିସ ଯୁବତୀଙ୍କ ବାପା, ଦାଦା ଏବଂ ମାମୁ ପୁଅ ଭାଇକୁ ଗିରଫ କରି ପଚରାଉଚୁରା କରୁଛି | ୩ ଜଣ ପୋଲିସ ପାଖରେ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି |


ଗୟା ଅନ୍ତର୍ଗତ ମନିୟରି ଗାଁର ଜଣେ ଯୁବତୀ ବଜିରଗଞ୍ଜ ଥାନା ଅନ୍ତର୍ଗତ ଶୋଭା ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ | କିନ୍ତୁ ଯୁବତୀଙ୍କ ପରିବାରଲୋକ ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କ ସମ୍ପର୍କରେ ରାଜି ନଥିଲେ | ଫଳରେ ଯୁବକ ଯୁବତୀ ଘରୁ ପଳାଇ ଏକ ମନ୍ଦିରରେ ବିବାହ କରିଥିଲେ | କିନ୍ତୁ କିଛି ଦିନ ପରେ କୌଣସି କାରଣରୁ ଯୁବତୀ ନିଜ ବାପା ଘରକୁ ଫେରି ଆସିଥିଲେ | ଯୁବତୀ ନିଜ ଘରକୁ ଫେରି ଆସିବାପରେ ତାଙ୍କ ପରିବାରଲୋକେ ଯୁବତୀ ଏବଂ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ |


ଏହା ପୂର୍ବରୁ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କ ଉପରେ ତାଙ୍କ ଝିଅକୁ ଅପହରଣ କରି ନେଇଥିବା ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ | ଉଭୟ ଯୁବକ ଯୁବତୀ ବିବାହର କିଛି ଦିନ ପରେ ଘରକୁ ଫେରି ଆସିବାପରେ ପୋଲିସ କୋର୍ଟରେ ୧୬୪ ଧାରା ଅନୁଯାୟୀ, ଯୁବତୀଙ୍କ ବୟାନ ରେକର୍ଡ କରିଥିଲା | ଏହାପରେ ପୋଲିସ ଯୁବତୀଙ୍କୁ ନିଜ ଘରକୁ ପଠେଇ ଦେଇଥିଲା ଏବଂ ଯୁବକଙ୍କୁ ଜେଲକୁ ପଠେଇ ଦେଇଥିଲା | କିଛି ଦିନ ପୂର୍ବରୁ ଯୁବକଙ୍କୁ ଜେଲରୁ ଛଡା ଯାଇଥିଲା |


ଯୁବକ ଦିନେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ | ବିକାଶ କୁମାର ନିଜ ସମ୍ପର୍କୀୟଙ୍କ ଘରୁ ନିଜ ଘର ବଜିରଗଞ୍ଜ ଫେରୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା | ପେମାର ନଦୀ ପାଖରେ ଯୁବତୀଙ୍କ ପରିବାରଲୋକେ ବିକାଶଙ୍କୁ ଅଟକାଇଥିଲେ ଏବଂ ତାଙ୍କୁ ହତ୍ୟା କରିଥିଲେ |


ଏହାପରେ ଯୁବତୀଙ୍କ ପରିବାରଲୋକେ ଯୁବତୀଙ୍କୁ ମଧ୍ୟ ସେହି ଜାଗାକୁ ଡାକି ତାଙ୍କୁ ମଧ୍ୟ ହତ୍ୟା କରିଥିଲେ | ତଥାପି ତାଙ୍କ ମନ ଶାନ୍ତି ହେଲାନି ଯେ, ଉଭୟ ଯୁବକ ଯୁବତୀଙ୍କ ମୃତଦେହକୁ ଏକ ଧାରୁଆ ଅସ୍ତ୍ରରେ ଟୁକୁଡା ଟୁକୁଡା କରି କାଟି ଦେଇଥିଲେ | ଏହାପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ |
ପୋଲିସ ଯୁବତୀଙ୍କ ପରିବାରଲୋକଙ୍କୁ ଗିରଫ କରି ପଚରାଉଚୁରା କରିବା ସହ ଶବର ଅବଶେଷକୁ ଏକାଠି କରି ତଦନ୍ତ କରୁଛି |

1065 Views

   ସମ୍ବନ୍ଧିତ ଖବର