ଜଙ୍ଗଲରୁ ଯୁବକ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | March 03, 2020 IST

ନବରଙ୍ଗପୁର ୩/୩: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଚଡ଼ିଆପାରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସେହି ଗାଁର ଯୁବକ ଅମଲ ସିଂ(୨୦) ଓ ଯୁବତୀ ରାମବାଇ ଗଣ୍ଡ (୧୮) ଙ୍କ ଝୁଲନ୍ତା ଶବ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛରୁ ଉଦ୍ଧାର କରାଯାଇଛି । ରାଇଘର ପୋଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କ ଶବକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

{"id":232149,"sizeSlug":"large"}

ସୂଚନା ଅନୁଯାୟୀ ଯୁବକ ଯୁବତୀ ଙ୍କ ପରିବାର ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ଯୁବକ ଯୁବତୀ ପରସ୍ପରଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିଲେ। ଗତକାଲି ରାତିରେ ଅମଲ ସିଂ , ରାମବାଇଙ୍କ ଘରେ ରାତ୍ରି ଭୋଜନ କରି ଫେରିଥିଲେ । ରାତିରେ ରାମବାଇ ଘରେ ଶୋଇଥିବା ପରିବାର ଲୋକ ଦେଖିଥିଲେ। କିନ୍ତୁ ସକାଳୁ ରାମବାଇ ଘରେ ନଥିବା ଦେଖି ପରିବାର ଲୋକ ତାଙ୍କୁ ଖୋଜିବାକୁ ଲାଗିଥିଲେ। ଏହାପରେ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଉଭୟଙ୍କ ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ। ଯୁବକ ଯୁବତୀ ପରସ୍ପରକୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ  ଏବଂ ଏହି ଭଲ ପାଇବାକୁ ସାମାଜିକ ସ୍ବିକୃତି ମିଳିବ ନାହିଁ ବୋଲି ଚିନ୍ତା କରି ଉଭୟେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି  ଗ୍ରାମବାସୀ ସନ୍ଦେହ କରୁଛନ୍ତି ।ମୃତ୍ୟୁର ପ୍ରକୃତ କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ  ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.