Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଲୁଚି ଛପି ପ୍ରେମିକାକୁ ଭେଟିବା ମହଙ୍ଗା ପଡ଼ିଲା, ପରିବାର ଲୋକଙ୍କ ଭୟରେ ଭାରତ ସୀମା ଡେଇଁ ପାକିସ୍ତାନରେ ପହଞ୍ଚିଲା ପ୍ରେମିକ

25/01/2021 at 5:49 PM

ଜୟପୁର ୨୫/୦୧: ପ୍ରେମ ପାଇଁ ମଣିଷ ସବୁ ସୀମା ଅତିକ୍ରମ କରିପାରେ। ବେଳେ ବେଳେ ଏଭଳି ଘଟଣାକୁ କଳ୍ପନା କରିବା ବି ଅସମ୍ଭବ। ପ୍ରେମୀଯୁଗଳ ପରଷ୍ପରକୁ ସାକ୍ଷାତ କରିବାକୁ ସବୁ ବେଳେ ବ୍ୟାକୁଳ ହେଉଥିବା ବେଳେ ମନରେ ଭୟ କିନ୍ତୁ ଥାଏ। କିନ୍ତୁ ସମୟ ଆସିଲେ ଏହି ଭୟ ମଣିଷକୁ କିଛି ବି କରିବା ପାଇଁ ପ୍ରେରଣା ଦେଇଥାଏ। ସେମିତି ଜ​‌ଣେ ପ୍ରେମିକର ସୀମା ପାର ପ୍ରେମ ଦେଖିବାକୁ ମିଳିଛି। ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ତା’ ପରିବାର ଲୋକ ଯୁବକଙ୍କୁ ଦେଖିଦେଇଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ଭାରତ ସୀମା ଡେଇଁ ପାକିସ୍ତାନ ପଳାଇଲା ପ୍ରେମିକ।

ଏନେଇ ଯୁବକଙ୍କ ପରିବାର ଭାରତୀୟ ଅଧିକାରୀଙ୍କୁ ସୂଚନା ଦେଇଛନ୍ତି। ଏହା ସମ୍ପର୍କ​‌ରେ ଭାରତୀୟ ଅଧିକାରୀ ପାକିସ୍ତାନ ପୋଲିସକୁ ଜଣାଇଥିବା ବେଳେ ଯୁବକଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି।

ହିନ୍ଦୁସ୍ତାନ ଟାଇମ୍ସର ଏକ ଖବର ଅନୁସାରେ ଏହି ଘଟଣା ରାଜସ୍ଥାନର ବାଡମେରରେ ଘଟିଛି। ବିଜରାଡ ଥାନା ଅଞ୍ଚଳରେ ଆସୁଥିବା ଏକ ଅଞ୍ଚଳ ପାକିସ୍ତାନ ସୀମା ସହ ଲାଗି ରହିଛି। ସେଠାରେ ରହୁଥିବା ୧୯ ବର୍ଷୀୟ ଗେମରା ରାମ ମେଘଓ୍ବାଲ ପଡ଼ୋଶୀରେ ଥିବା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।

ସବୁ ବେଳେ ସେମାନେ ଲୁଚି ଛପି ପରଷ୍ପରକୁ ସାକ୍ଷାତ କରୁଥିଲେ। ଦିନେ ଗେମରା ଯୁବତୀଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ଏହାକୁ ଦେଖିପାରିଥିଲେ। କାଳେ ସେମାନେ ଆକ୍ରମଣ କରି ଲହୁଲୁହାଣ କରିପକାଇବେ ସେହି ଭୟରେ ଗେମରା ଭାରତ ସୀମା ପାର କରି ପାକିସ୍ତାନ ଚାଲିଯାଇଥିଲେ।

   Related Posts