Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚକଲେଟ ଡେ ପାଳନ କରିବା ପାଇଁ ଛାତ ଉପରକୁ ଯାଇଥିଲେ ପ୍ରେମୀ ଯୁଗଳ: ରାତି ଅନ୍ଧାରରେ ଉଭୟଙ୍କୁ ଅପେକ୍ଷା କରିଥିଲା ମୃତ୍ୟୁ

ଶିବନଗର ୧୨/୨ : ଚକଲେଟ ଡେ ପାଳନ କରିବା ପରେ ଘର ଛାତ ଉପରକୁ ଦେଖା କରିବାକୁ ଆସିଥିବା ପ୍ରେମୀ ଯୁଗଳ ୧୧ କେଭି ବିଦ୍ୟୁତ ତାରରେ ଲାଗି ପ୍ରାଣ ହାରିଛନ୍ତି | ହରିୟାଣାର ଶିବନଗର ଅଂଚଳରେ ଘଟିଛି ଏଭଳି ଘଟଣା | ଯୁବତୀଙ୍କୁ ନିଜ ରୁମରେ ନପାଇ ଘରଲୋକେ ଖୋଜାଖୋଜି କରିଥିଲେ | ଯୁବତୀଙ୍କ ମା’ ଝିଅକୁ ଖୋଜି ଖୋଜି ଛାତ ଉପରକୁ ଯାଇଥିଲେ | ଛାତ ଉପରକୁ ଗଲାପରେ ପଡୋଶୀଙ୍କ ଛାତ ଉପରେ ୫ଫୁଟ ବ୍ୟବଧାନରେ ଦୁଇଟି ମୃତଦେହ ପଡିଥିବା ଦେଖିଥିଲେ | ଦୁଇଟି ଶବ ମଧ୍ୟରୁ ଗୋଟିଏ ୧୫ ବର୍ଷ ବୟସ୍କା ନାବାଳିକା ଏବଂ ଅନ୍ୟଟି ୧୯ ବର୍ଷ ବୟସ୍କ ସନ୍ନିର ଥିଲା | ନାବାଳିକା ଦୁଇ ଭାଇରେ ଗୋଟିଏ ଭଉଣୀ ଥିବାବେଳେ ସନ୍ନି ୩ ଭଉଣୀରେ ଗୋଟିଏ ଭାଇ ଥିଲେ |


ସୂଚନାଯୋଗ୍ୟ ଯେ, ସନ୍ନି ନାବାଳିକାଙ୍କୁ ଏକ ମୋବାଇଲ ଦେଇଥିଲେ | ମୋବାଇଲରେ ଦୁହେଁ କଥାବାର୍ତା କଲାବେଳେ ଦିନେ ନାବାଳିକାଙ୍କୁ ତାଙ୍କ ବାପା ଧରି ଦେଇଥିଲେ | ପଚାରିବାରୁ ନାବାଳିକା କହିଥିଲେ ଯେ, ମୋବାଇଲ ତାଙ୍କୁ ସନ୍ନି ଦେଇଛି | ଏହାପରେ ଗାଁରେ ପଂଚାୟତ ବସିଥିଲା ଏବଂ ପଂଚାୟତରେ ସନ୍ନିକୁ ଚାପୁଡ଼ା ମରାଯାଇଥିଲା ଏବଂ ଆଗକୁ ନାବାଳିକା ସହ କଥାବାର୍ତା ନକରିବାକୁ କୁହାଯାଇଥିଲା | କିନ୍ତୁ ତ’ପରେ ମଧ୍ୟ ଉଭୟଙ୍କ ମଧ୍ୟରେ କଥାବାର୍ତା ଜାରି ରହିଥିଲା | ନାବାଳିକା ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବାବେଳେ ସନ୍ନି ଏକ ଫର୍ଣ୍ଣିଚର ଦୋକାନରେ କାମ ଶିଖୁଥିଲା | ଉଭୟଙ୍କ ଘର ମଧ୍ୟ ୨୦୦ ମିଟର ବ୍ୟବଧାନରେ ଥିଲା |


ଦୁର୍ଘଟଣା ଶନିବାର ଘଟିଥିଲା | ନାବାଳିକା ନିଜ ରୁମରେ ଶୋଇଥିଲେ | ତାଙ୍କର ଦୁଇ ଭାଇ ମଧ୍ୟ ସେହି ରୁମରେ ଶୋଇଥିଲେ | ସକାଳ ୬ଟାରେ ଭାଇ ଉଠି ଦେଖିଲା ବଡ ଭଉଣୀ ରୁମରେ ନଥିଲା | ସେ ଯାଇ ମା’ଙ୍କୁ କହିବାରୁ ମା’ ଛାତ ଉପରକୁ ଝିଅକୁ ଖୋଜିବାକୁ ଯାଇଥିଲେ | କିନ୍ତୁ ଝିଅକୁ ଛାତ ଉପରେ ପାଇନଥିଲେ | ବରଂ ପଡୋଶୀ ଘର ଛାତ ଉପରେ ଦୁଇଟି ଶବ ପଡିଥିବା ଦେଖିଥିଲେ | ପାଖକୁ ଯାଇ ଦେଖିଲେ ଗୋଟିଏ ତାଙ୍କ ଝିଅର ଏବଂ ଅନ୍ୟଟି ସନ୍ନିର ଶବ ଥିଲା | ଏହା ଦେଖି ନାବାଳିକାଙ୍କ ମା’ ଚିତ୍କାର କରିଥିଲେ | ଉଭୟଙ୍କ ଶବ ବିଦ୍ୟୁତ ତାରରେ ଛନ୍ଦି ହୋଇ ରହିଥିଲା | ଉଭୟଙ୍କ ଘର ମଝିରେ ଜଣେ ଜୁନିୟର ଇଂଜିନିୟରଙ୍କ ଘର ରହିଛି | ନାବାଳିକା ଏବଂ ସନ୍ନିଙ୍କ ମୃତଦେହ ଜୁନିୟର ଇଂଜିନିୟରଙ୍କ ଛାତ ଉପରେ ହିଁ ପଡିଥିଲା | ତେବେ ଉଭୟ ଇଂଜିନିୟରଙ୍କ ଛାତ ଉପରକୁ ଦେଖା କରିବାକୁ ଯାଇଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି |

1622 Views

   ସମ୍ବନ୍ଧିତ ଖବର