Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଲକ୍‌ଡାଉନ୍‌ରେ ଲଭ୍‌ବାର୍ଡସ୍‌ଙ୍କୁ ଲାଗୁନି ଚେକ୍: ବାଇକ୍‌କୁ ନାହିଁ ବ୍ରେକ୍

26/06/2020 at 1:53 PM

ଭୁବନେଶ୍ବର ୨୬/୦୬: ମଲ୍‌ ବନ୍ଦ । ସିନେମା ହଲ୍‌ ବନ୍ଦ । ରେଷ୍ଟୁରାଣ୍ଟରେ ବସି ହେଉନି । ପାର୍କରେ ହଜାରେ କଟକଣା । ରୁମ୍‌କୁ କାହାକୁ ନ ଆଣିବା ପାଇଁ ଘର ମାଲିକର କଡ଼ା ତାଗିଦ୍‌ । ସଂଜ ବୁଡ଼ିଲେ ବାହାରେ ବୁଲିବା ମନା । ଏଠି ସେଠି ବସିବାକୁ ବି ଡର ଲାଗୁଛି । ବାପ୍‌ରେ ବାପ୍‌… ଏତେ ପ୍ରତିବନ୍ଧକ? ପ୍ରେମୀ ଯୁଗଳ ଏବେ ଯିବେ କୁଆଡ଼େ? କିଛି ବାଟ ନ ପାଇ ବିଚରା ପ୍ରେମୀ ଯୁଗଳ ଏବେ ଗାଡ଼ି ଧରି ଘିରି ଘିରି ବୁଲୁଛନ୍ତି । ଏ ରାସ୍ତାରୁ ସେ ରାସ୍ତା… ସେ ରାସ୍ତାରୁ ଏ ରାସ୍ତା । ପେଟ୍ରୋଲ ଦର ୮୦ ଛୁଇଁଲେ ବି ପରୱା ନାହିଁ ।
  

ରାଜଧାନୀ ରାସ୍ତାଘାଟରେ ଏମିତି ପ୍ରେମୀ ଯୁଗଳ ଏବେ ଘୁରି ବୁଲୁଛନ୍ତି । ବିକ୍ରମଙ୍କ କାନ୍ଧରେ ବେତାଳ ବସିଲା ଭଳି ଗାଡ଼ିରେ ପ୍ରେମିକ ଉପରେ ହାମୁଡ଼େଇ ବସୁଛି ପ୍ରେମିକା । ପଛ ସିଟ୍‌ରେ ବସିଥିବା ପ୍ରେମିକା ପୂର୍ବ ଭଳି ମୁହଁକୁ ଓଢ଼ଣିରେ ଢାଙ୍କି ଦେଉଛି । ଓଢ଼ଣି ନଥିଲେ ମୁହଁରେ ମାସ୍କ ଭିଡ଼ି ବସୁଛନ୍ତି । ବାଇକ୍‌ ଚଳାଉଥିବା ପ୍ରେମିକ ହେଲମେଟ ପିନ୍ଧୁ କି ନାହିଁ, କିନ୍ତୁ ମାସ୍କ ବାନ୍ଧି ରଖୁଛନ୍ତି ମୁହଁରେ ।
  

ଚଳନ୍ତା ବାଇକ୍‌ରେ ପ୍ରେମାଳାପ କରିବାର ମଜା ନିଆରା । ହେଲେ ମାସ୍କ ଯୋଗୁ ମୁହଁରୁ ବାହାରୁଥିବା କଥା ପରସ୍ପର କାନରେ ଠିକ୍‌ ଭାବେ ବାଜୁନି । ପବନରେ ଉଡ଼ିଯାଉଛି । ଏମିତିରେ କେତେକ ପ୍ରେମୀ ଯୁଗଳ ଏବେ ଜନଗହଳି ରାସ୍ତା ଛାଡ଼ି ଶୂନଶାନ ରାସ୍ତା ଖୋଜୁଛନ୍ତି । ଖଣ୍ଡଗିରିରୁ ଚନ୍ଦକା, ପୁଣି ଚନ୍ଦକାରୁ ବାରଙ୍ଗ ନ ହେଲେ ମଳିପଡ଼ା ଯାଏଁ ମାଡ଼ି ଯାଉଛନ୍ତି । ମଉକା ଦେଖିଲେ ଗାଡ଼ି ଅଟକାଇ, ମୁହଁରୁ ମାସ୍କ ଖସାଇ କିଛି ସମୟ ପରସ୍ପରକୁ ଦେଖୁଛନ୍ତି । କଥା ହେଉଛନ୍ତି । ହେଲେ ଆଗ ଭଳି ଘଣ୍ଟା ଘଣ୍ଟା ଏକାଠି ବସି ସାତ ଜନ୍ମର କଥା ଗପି ପାରୁନାହାନ୍ତି । ପୁଲିସ ଭୟ ଏତେ ଯେ, ୫/୧୦ ମିନିଟ୍‌ ଭିତରେ ଛୁ ହେବାକୁ ପଡ଼ୁଛି । ପୁଣି ଘୁରି ବୁଲୁଛନ୍ତି ରାସ୍ତାରେ ।
  

ଗତ ସପ୍ତାହରେ ଏମିତି କିଛି ପ୍ରେମୀ ଯୁଗଳ ଲମ୍ବା ବିରତି ପରେ ଏକାଠି ହୋଇଥିଲେ ଏୟାରପୋର୍ଟ ପାଚେରି ପାଖ ରାସ୍ତା କଡ଼ରେ । ଏତିକିବେଳେ ପହଞ୍ଚିଗଲା ପୁଲିସ ଭ୍ୟାନ୍‌ । ପୁଲିସ ଏମିତି ଗୋଡ଼ାଇଲା ଯେ ଭୟରେ କିଏ ବିଲକୁ କୁଦି ପଡ଼ିଲା କିଏ ଗାଡ଼ି ଛାଡ଼ି ପଳାଇଲା । ଏମିତି କିଛି ଘଟଣା ପରେ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି ପ୍ରେମୀ ଯୁଗଳ । ଭଲରେ ଗପସପ ପଛେ ନ ହେଉ, ଗାଡ଼ିରେ କିଛି ସମୟ ଏକାଠି ରହିବା ପାଇଁ ଘିରି ଘିରି ବୁଲୁଛନ୍ତି ଏ ରାସ୍ତାରୁ ସେ ରାସ୍ତା।

   Related Posts