କୋରାପୁଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ

Published By : Prameya-News7 Bureau | September 11, 2018 IST

କୋରାପୁଟ ୧୧|୯: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କଳାହାଣ୍ଡି ଜୁନାଗଡ ବଡଡୁମେରବାହାଲ ଗ୍ରାମ୍ୟ ଜଙ୍ଗଲରୁ ପ୍ରେମିକ ଏବଂ ପ୍ରେମିକାଙ୍କ ମୃତଦେହ ଉଦ୍ଧାର ହେ।ଇଛି । ମୃତ ଯୁବକ ଖରବେଡା ଗାଁରେ କେଦାର ରଣା, ମୃତ ଯୁବତୀ ହେଲେ କରିସ ହଂସ । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ପେ।ଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ ଯେ ପ୍ରେମିକ ଆଗରୁ ବିବାହ କରିଥିଲେ । ସେ ପାଖ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ତାଙ୍କ ପ୍ରେମ ସଂପର୍କକୁ ନେଇ ଆଗରୁ ମଧ୍ୟ ଉଭୟଙ୍କ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଝିଅ ପରିବାର ପକ୍ଷରୁ ଆଗରୁ ପୁଅକୁ ଧମକ ମଧ୍ୟ ଦିଆଯାଇଥିଲା । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମାତ୍ର ପୁଅ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି । ପାରିପାର୍ଶ୍ବିକ ସ୍ଥିତିରୁ ପରିବାର ଲୋକ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି । ତେବେ ପୋଲିସ ଡଗ୍ ସ୍କ୍ବାର୍ଡ ଜରିଆରେ ତଦନ୍ତ ଚଳାଇଛି । ତଦନ୍ତ ପରେ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.