ଭଦ୍ରକରେ ନିଖୋଜ ଥିବା ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

Published By : Prameya-News7 Bureau | October 07, 2018 IST

ଭଦ୍ରକ ୭|୧୦:  ଭଦ୍ରକରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫେରାର ପ୍ରେମୀ ଯୁଗଳଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଦୋଳ ସାହି ହାଇସ୍କୁଲ ପଛରେ ଥିବା ଆମ୍ବ ତୋଟାରେ ପଡି ରହିଛି ଦୁହିଁଙ୍କ ମୃତଦେହ । ମୃତକ ହେଲେ  ଦିନବଂଧୁ ଜେନା ଓ ସୀତାରାଣୀ ପ୍ରଧାନ । ପୁଅର ବୟସ ୧୭ବର୍ଷ ହୋଇଥିବା ବଳେ ଝିଅର ବୟସ ୧୪ ବର୍ଷ । ଝିଅ ନବମ ଶ୍ରେଣୀରେ ପଢୁଥିଲେ ।  ଦିନବଂଧୁର ଘର ଦୋଳସାହିରେ ହୋଇଥିବା ବଳେ ସୀତାରାଣୀର ଘର କେଦାରପୁର ଗାଁରେ ।  ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ପୁଅ ଘର ଲୋକେ ଅଭିଯୋଗ କରିଛନ୍ତି। ଗତ ବୁଧବାର ରାତିରୁ ଦୁହେଁ ନିଖୋଜ ହୋଇଯାଇଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତିହିଡି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.