ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ବୃଦ୍ଧାଙ୍କୁ ହତ୍ୟା ଘଟଣା, ବିବାହିତ ପ୍ରେମିକ ଓ ପ୍ରେମିକା ଗିରଫ

Published By : Prameya-News7 Bureau | December 07, 2021 IST

ନିମବାହାଳି, ୭।୧୨: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମରେ ଅନୈତିକ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଏକ ହତ୍ୟାକାଣ୍ଡ ଘଟିଥିଲା । ବୃଦ୍ଧା ଇନ୍ଦୁ ସାହୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ମୃତ ଇନ୍ଦୁଙ୍କ ସାନ ବୋହୁ ତପସ୍ୱିନୀ ସାହୁ (୨୬) ଓ କୋଠାଳୁର ବିବାହିତ ପ୍ରେମିକ ଗୟା ଦାସ( ୪୧)ଙ୍କୁ ପୋଲିସ ଗିରଫ କରିଛି । ଗତ କିଛି ବର୍ଷ ହେଲା ଗୟା ଓ ତପସ୍ୱିନୀଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ଉଭୟେ ପ୍ରାୟ ସମୟ ଶାରୀରିକ ସମ୍ପର୍କ ରଖିବା ବେଳେ ଶାଶୁ ଇନ୍ଦୁ ବାରମ୍ବାର ଏହାକୁ ବିରୋଧ କରି ଆସୁଥିଲେ ।

ଫଳରେ ଏଥିରେ କଣ୍ଟା ସାଜୁଥିବାରୁ ପ୍ରେମିକ ଗୟା ଗତ ନଭେମ୍ବର ମାସ ୮ ତାରିଖରେ ତପସ୍ୱିନୀର ଶାଶୁ ଇନ୍ଦୁ ବଗିଚାରେ ପନିପରିବା ଜଗୁଥିବା ବେଳେ ଏକ ଟାଙ୍ଗିଆରେ ହାଣି ତାଙ୍କୁ ହତ୍ୟା କରିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପରିବାର ଲୋକଙ୍କ ତଥ୍ୟକୁ ଆଧାର କରି ଅଭିଯୁକ୍ତ ଗୟା ଓ ତପସ୍ୱିନୀଙ୍କୁ ଉଠାଇ ନେଇ ମାରାଥନ ଜେରା କରିବା ପରେ ଉଭୟ ଦୋଷ ସ୍ୱୀକାର କରିଥିଲେ । ଉଭୟଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦୁଇ ଅଭିଯୁକ୍ତ ତପସ୍ୱିନୀଙ୍କର ୨ଟି ଝିଅ ଏବଂ ଗୟାର ୨ଟି ଝିଅ ଥିବା ଜଣା ପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.