ପ୍ରେମକୁ ମିଳିଲାନି ସ୍ଵୀକୃତି, ମିଠା ସହ ବିଷ ମିଶାଇ ଖାଇଦେଲେ ପ୍ରେମୀଯୁଗଳ

Published By : Prameya-News7 Bureau | March 23, 2019 IST

ବାରଣାସୀ ୨୩/୩- ପ୍ରେମକୁ ମିଳିଲାନି ସ୍ଵୀକୃତି । ପରିବାରର ବିରୋଧକୁ ସାମନା ନ କରି ପାରି ପ୍ରେମୀଯୁଗଳ ପିଇଲେ ବିଷ ।

ଏଭଳି ଅଭାବନୀୟ ଘଟଣା ବାରଣାସୀର ସୋନଭଦ୍ର ଅଂଚଳରେ ଘଟିଥିବା ଜଣାଯାଇଛି । ଅନେକ ବର୍ଷ ହେବ ଅମିତ  ଓ ବର୍ଷା ପରସ୍ପରକୁ ଭଲ ପାଉଥିଲେ । ସେମାନେ ବିବାହ କରିବାକୁ ବି ନେଇଥିଲେ ନିଷ୍ପତ୍ତି । କିନ୍ତୁ ଉଭୟ ପରିବାର ଲୋକ ଏହି ପ୍ରେମବିବାହକୁ ସ୍ଵୀକୃତି ଦେଉ ନଥିଲେ ।

ପ୍ରେମକୁ ସ୍ଵୀକୃତି ନ ମିଳିବା ପରେ ସେମାନେ ସାଥୀ ହୋଇ ମରିବାକୁ ନେଇଥିଲେ ନିଷ୍ପତ୍ତି । ଜୀଇଁଲେ ସାଙ୍ଗରେ..ମରିଲେ ସାଙ୍ଗରେ ପଣ କରି ହୋଲିଦିନ ସେମାନେ ଖାଇଦେଲେ ବିଷ ।

ସେମାନେ ମରିବାକୁ ନିଷ୍ପତ୍ତି ନେବାପରେ କିଛି ମିଠା ସହ ବିଷ ନେଇ ଗାଁ ପାଖ ପଡ଼ିଆକୁ ଯାଇଥିଲେ । ସେଠାରେ ସେମାନେ ମିଠା ସହ ବିଷ ମିଶେଇ ଖାଇଦେଇଥିଲେ । ଏହିକଥା ଗାଁଲୋକ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲା । କିନ୍ତୁ ସେମାନେ କେହି ଜୀବିତ ନ ଥିଲେ । ପ୍ରେମୀଙ୍କ ଶବକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.