ପିପିଲିରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | August 29, 2018 IST

ପୁରୀ ୩୦/୮ : ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି | ପିପିଲି ଥାନା ରାଇଗଉରାପୁର ବରାହ ଗାଁରେ ଥିବା ଏକ ଗଛରୁ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ମୃତକ ଯୁବକ ହେଲେ ଦୁର୍ଗାଦାସପୁର ଦିଅଙ୍କ ସାହିର ଲବ ପୃଷ୍ଟି ଓ ମୃତ ଯୁବତୀ ହେଲେ ମଙ୍ଗଳପୁର ପାଳକପଡା ଗାଁର ସୌଦାମିନୀ ବେହେରା | ଘଟଣାସ୍ଥଳରୁ ଗୋଟିଏ ସାଇକଲ ଜବତ କରିଛି ପୋଲିସ | ବାହାଘର ପାଇଁ ଉଭୟଙ୍କୁ ପାରିବାରିକ ସ୍ୱୀକୃତି ନମିଳିବାରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି | ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି | ସକାଳୁ ଚାଷୀମାନେ ବିଲକୁ କାମ କରିବାକୁ ଆସିଥିବା ବେଳେ ଗୋଟିଏ ଦୌଡ଼ିରେ ଦୁଇଜଣଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ | ତେବେ ମୃତ ଯୁବତୀଙ୍କ ପ୍ରକାଶ କରିଛନ୍ତି ଯେ, ଉଭୟ ୩ ମାସ ତଳେ କୋର୍ଟ ମ୍ୟାରେଜ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.