ପ୍ରେମ ନେଲା ଜୀବନ : କୀଟନାଶକ ପିଇ ଆତ୍ମହତ୍ୟା କଲେ ସଂପର୍କୀୟ ଦାଦା ଓ ଝିଆରୀ, ୧୫ଦିନ ହେଲା ଥିଲେ ଫେରାର

Published By : Prameya-News7 Bureau | October 30, 2019 IST

ଲକ୍ଷ୍ମୀପୁର ୩୦।୧୦: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ୍ ଗୌଡକଙ୍କଡାପୁଟ ଗାଁରେ ଅଭାବନୀୟ ଘଟଣା ଘଟିଛି । ନାବାଳକ ଓ ନାବାଳିକା ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । । ସମ୍ପର୍କରେ ଦୁହେଁ ଦାଦା ଓ ଝିଆରୀ ।

{"id":176921}

ସୂଚନାଯୋଗ୍ୟ ଯେ, ଗତ ୧୫ଦିନ ହେଲା ଉଭୟ ଘରୁ ଫେରାର ହୋଇଯାଇଥିଲେ । ତେବେ ସେମାନେ ଗତକାଲି ରାତିରେ ଗାଁକୁ ଫେରିଥିଲେ । ଗାଁ ନିକଟ ଆମ୍ବଗଛ ତଳେ କୀଟନାଶକ ଔଷଧ ସେବନ କରି ଉଭୟ ଆତ୍ମହତ୍ୟା କରିଥିବା ଜଣାପଡିଛି ।

{"id":176922,"width":579,"height":423}

ଘଟଣାସ୍ଥଳରେ କାକିରିଗୁମ୍ମା ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଲୋକଲଜ୍ଜା ଭୟରେ ଉଭୟ ଆତ୍ମହତ୍ୟା କରିଥିବା ସମ୍ପର୍କୀୟ ମାନେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.