ଭଉଣୀ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଯୁବକଙ୍କୁ ହତ୍ୟାକଲା ଭାଇ, ବାଡ଼େଇ ବାଡ଼େଇ ମାରିଦେଲା ସାଙ୍ଗଙ୍କ ସହ ମିଶି

Published By : Prameya-News7 Bureau | March 31, 2019 IST

ମୁରାଦାବାଦ ୩୧/୩-  ଭଉଣୀ ସହ ପ୍ରେମ ଚାଲିଥିବା ଦେଖି ଭାଇ କଲା ପ୍ରତିବାଦ । ଖାଲି ପ୍ରତିବାଦ ତ ନୁହେଁ ସାଙ୍ଗଙ୍କ ସହ ମିଶି ଭଉଣୀର ପ୍ରେମିକାକୁ ବାଡ଼େଇ ବାଡ଼େଇ କଲା ହତ୍ୟା ।

ମୁରାଦାବାଦର ସୂର୍ଯ୍ୟନଗର ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଲାଲରାମ ଶର୍ମାଙ୍କ ପୁଅ ଅଜୟ ଏକ କଂପାନୀରେ କାମ କରୁଥିଲା ।  ସେହି କଂପାନୀରେ କାମ କରୁଥିବା ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଥିଲା ।

ଘଟଣା ଦିନ ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ ଅଜୟ  ।  ଏହି ସମୟରେ ଯୁବତୀଙ୍କ ଭାଇ  ଘରକୁ ଆସିଥିଲା । ଅଜୟ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା । ତା ପରେ ଅଜୟକୁ ଏକ ଘରେ ପୁରେଇ ନିର୍ଧୁମ ବାଡ଼େଇଥିଲା ଯୁବତୀଙ୍କ ଭାଇ ।ଏହି ଘଟଣାରେ ଆଉ କିଛି ସାଙ୍ଗ ଥିବା କଥା ସ୍ଵୀକାର କରିଛି ଯୁବତୀର ଭାଇ ।

ଏହି ଘଟଣାରେ ଅଜୟଙ୍କ ପରିବାର ପକ୍ଷରୁ ଅଭିଯୋଗ ଅଣାଗଲା ପରେ ଯୁବତୀଙ୍କ ଭାଇକୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.