ପରକୀୟା ପ୍ରୀତି ଜଣା ପଡ଼ିବା ପରେ ପ୍ରେମୀ ଯୁଗଳଙ୍କୁ ନିସ୍ତୁକ ମାଡ଼

Published By : Prameya-News7 Bureau | February 23, 2019 IST

ମାଲକାନଗିରି ୨୩/୨: ଜଣେ ବିବାହିତା ମହିଳାଙ୍କ ପରକୀୟା ପ୍ରୀତି ପଦାରେ ପଡିବା ପରେ ଗାଁ ଲୋକେ ପ୍ରେମି ଯୁଗଳଙ୍କୁ  ଧରି ନିସ୍ତୁକ ମାଡ଼ ମାରିଛନ୍ତି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ.ପି.ଭି-୪୭ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ନିଜ ଗାଁର ଜଣେ ମହିଳା ଓ ଅନ୍ୟ ଗାଁର ପୁରୁଷଙ୍କ ସହ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ରଖିଥିଲେ । ତେବେ ଗାଁ ଲୋକେ ମହିଳାଙ୍କୁ ତାଗିଦ କରିବା ପରେ ମଧ୍ୟ ମହିଳାଙ୍କ ସ୍ବଭାବ ପରିବର୍ତ୍ତନ ହୋଇନଥିବାରୁ ଗାଁ ଲୋକେ ଏକ ଖୁଣ୍ଟରେ ବାନ୍ଧି ସଂପୃକ୍ତ  ମହିଳା ଓ ପୁରୁଷଙ୍କୁ  ନିସ୍ତୁକ ମାଡ଼ ମାରିଛନ୍ତି । 

ସୂଚନା ଯୋଗ୍ୟ ଯେ ଏମ.ପି.ଭି ୪୭ ଗାଁର ବିବାହିତା ମହିଳା ରାଧା ସରଦାର୍ ଓ ଏମ.ଭି. ୮୨ ଗାଁର ବିବାହିତ ପୁରୁଷ ପବିତ୍ର ମଣ୍ଡଲ ଗାଁର ଏକ ନିଛାଟିଆ ସ୍ଥାନରେ ଅବୈଧ ସମ୍ପର୍କ ସ୍ଥାପନ କରୁଥିବା ଦେଖି କିଛି ଯୁବକ ହାଲ୍ଲା କରିଥିଲେ । ପରେ ଗାଁ ଲୋକେ ଆସି ତାଙ୍କୁ ନେଇ ଗାଁ ମଝିରେ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହି  ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.