ଏହି ସହରରେ ଚାକିରି ମିଳିବା ମୁସ୍କିଲ, କିନ୍ତୁ ଗାର୍ଲଫ୍ରେଣ୍ଡ ମିଳିବା ସହଜ...

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ ୦୯।୧୧ : ଏମିତି ଏକ ସହର ଅଛି । ଯେଉଁଠାରେ ଜଣେ ବି ପୁରୁଷ ସିଙ୍ଗଲ ବା ଏକାକୀ ନାହାନ୍ତି । ଏହି ସହରର ପ୍ରତ୍ୟେକ ପୁରୁଷଙ୍କର ଜଣେ ନୁହେଁ କି ୨ ଜଣ ନୁହେଁ ବରଂ ୩ ଜଣ ଲେଖାଏଁ ପ୍ରେମିକା ରହିଛନ୍ତି । ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟି ପୁରା ସତ । ଆସନ୍ତୁ ଜାଣିବା ପୁରା ଘଟଣାଟି କଣ ?

ଖବର ଅନୁଯାୟୀ, ଚୀନ୍‌ର ଗୁଆଙ୍ଗଡଙ୍ଗ ପ୍ରାନ୍ତ ଏକ ସହର ଅଛି । ଯେଉଁଠାରେ ଜଣେ ପୁରୁଷଙ୍କର ଏକାଧିକ ପ୍ରେମିକା ରହିଛନ୍ତି । ଏପରିକି ଜଣଙ୍କର ୩ ଜଣ ପ୍ରେମିକା ମଧ୍ୟ ଅଛନ୍ତି । ଏଠାରେ ଯେଉଁମାନଙ୍କର ଜଣେ ପ୍ରେମିକା ଥାଆନ୍ତି, ସେମାନେ ଅନ୍ୟମାନଙ୍କ ଆଗରେ ଲଜ୍ଜା ଅନୁଭୁବ କରିଥାନ୍ତି । ଲିଙ୍ଗ ଅନୁପାତ ଏହାର ସବୁଠୁ ବଡ଼ କାରଣ ବୋଲି ଅନୁମାନ କରାଯାଉଛି । ଏହି ସହରରେ ପ୍ରତି ୧୦୦ ମହିଳାରେ ୮୯ ପୁରୁଷ ଅଛନ୍ତି ।

ତେବେ ଜନସଂଖ୍ୟା ଅସମାନତା ଯୋଗୁ ପୁରୁଷଙ୍କୁ ସହଜରେ ପ୍ରେମିକା ମିଳିଯାଆନ୍ତି । କିନ୍ତୁ ମହିଳାଙ୍କୁ ପ୍ରେମିକ ମିଳୁନାହାନ୍ତି । ଏଠାରେ ଚାକିରି ମିଳିବା ମୁସ୍କିଲ, କିନ୍ତୁ ପ୍ରେମିକା ମିଳିବା ବହୁତ ସହଜ । ମହିଳାମାନେ ମଧ୍ୟ ଜାଣନ୍ତି ଯେ ସେମାନଙ୍କ ପ୍ରେମିକର ୩ ପ୍ରେମିକା ଅଛନ୍ତି । ପ୍ରେମିକ ପାଇବା ମହିଳାଙ୍କ ପାଇଁ କଷ୍ଟସାଧ୍ୟ ଯେହେତୁ, ଅନେକ ସମୟରେ ସେମାନେ ପ୍ରେମିକଙ୍କର ସବୁ ଖର୍ଚ୍ଚ ଉଠାଇବାକୁ ମଧ୍ୟ ପ୍ରସ୍ତୁତ ଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.