ପ୍ରେମ ପ୍ରତାରଣାରୁ ହତ୍ୟା: ଧାରୁଆ ଭୁଜାଆଲିରେ ପ୍ରେମିକଙ୍କୁ ହାଣିଦେଲା ପ୍ରେମିକା, କ’ଣ ଥିଲା ପୂରା ଘଟଣା ଜାଣନ୍ତୁ

Published By : Prameya-News7 Bureau | December 18, 2019 IST

ବାଲେଶ୍ବର୧୮/୧୨: ପ୍ରେମ ପତାରଣାରୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ପ୍ରେମିକା । ବାଲେଶ୍ବର ଜିଲ୍ଲା ଗୁଡ଼ିପଦା ଅଂଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ବ୍ୟକ୍ତି ହେଲେ ବାଢ଼ା ମାରାଣ୍ଡି । ସେ ବାଲେଶ୍ବରରେ ଥିବା ଭାରତୀୟ ଖାଦ୍ୟ ନିଗମରେ ଓ୍ବାଚ୍‌ମ୍ୟାନ୍‌ ଭାବେ କାମ କରୁଥିଲେ । ପ୍ରେମ ପ୍ରତାରଣାରୁ ହତ୍ୟା । ଦୀର୍ଘ ଦିନର ସମ୍ପର୍କ ପରେ ବିବାହ କରିବାକୁ ରାଜି ନ ହେବାରୁ ପ୍ରେମିକକୁ ହତ୍ୟା କଲା ପ୍ରେମିକାଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

{"id":199440,"sizeSlug":"large"}

 ବାଲେଶ୍ବର ଜିଲ୍ଲା ଗୁଡ଼ିପଦାରେ ଘଟିଛି ଏହି ହତ୍ୟାକାଣ୍ଡ। ସେ ବାଲେଶ୍ବର FCIରେ ଓ୍ବାଚ୍‌ମ୍ୟାନ୍‌ ଭାବେ କାମ କରୁଥିଲେ । ବାଢାଙ୍କ ନିଜ ଘର ମୟୁରଭଞ୍ଜ ଜିଲ୍ଲା ଶିରିସବଣି ଗାଁରେ । ସେ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ହେଲେ କିଛି ଦିନ ତଳେ ତାଙ୍କର ଆଉ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବାଢ଼ା ସଂପୃକ୍ତ ମହିଳାଙ୍କୁ ନେଇ ବାଲେଶ୍ବରରେ ଏକ ଭଡ଼ାଘରେ ରହୁଥିଲେ । ସେମାନଙ୍କର ଗୋଟିଏ ପୁଅ ବି ଅଛି ।  ମହିଳା ଜଣକ ବାରମ୍ବାର ବିବାହ ପାଇଁ କହୁଥିଲେ ମଧ୍ୟ ଏଥିରେ ରାଜି ହେଉ ନ ଥିଲେ ବାଢ଼ା  ।

{"id":199441,"sizeSlug":"large"}

 ଯାହାକୁ ନେଇ ଉଭୟଙ୍କ ଭିତରେ ସବୁବେଳେ ପାଟିତୁଣ୍ଡ, ଝଗଡ଼ା ଲାଗି ରହୁଥିଲା । ତେବେ ଗତକାଲି ରାତିରେ ବାଢା ଖାଇପିଇ ଶୋଇବା ପରେ ମହିଳା ଜଣକ ଏକ ଧାରୁଆ ଭୁଜାଲିରେ ହାଣି ହତ୍ୟା କରିଥିଲେ। ବାଢ଼ାଙ୍କୁ ହତ୍ୟା କରିଥିବା ମହିଳା ଜଣକ ହେଲେ ସୀତା ହେମ୍ବ୍ରମ୍‌ । ହତ୍ୟାକାଣ୍ଡ ପରେ ସୀତା ବାଲେଶ୍ବରରୁ ଟ୍ରେନ୍‌ରେ ବାରିପଦା ପଳାଇଥିଲେ । ସେଠାରେ ସଦର ଥାନାରେ ଆତ୍ମସମର୍ପଣ କରିଥିଲେ ।ସେପଟେ ବାଲେଶ୍ବର ଭଡ଼ାଘରୁ ବାଢ଼ାଙ୍କ ରକ୍ତଜୁଡ଼ୁବୁଡ଼ୁ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ସହଦେବଖୁଣ୍ଟା ପୋଲିସ । ଘଟଣାସ୍ଥଳରେ ଛାନଭିନ୍‌ କରିଛି ଫୋରେନ୍‌ସିକ୍‌ ଟିମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.