Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ସ୍ଵାମୀ ଅନୁପସ୍ଥିତିରେ ପ୍ରେମିକାକୁ ଭେଟିବାକୁ ଘରେ ପହଞ୍ଚିଗଲା ପ୍ରେମିକ, ଧରା ପଡିବା ପରେ ରାତିସାରା ବାନ୍ଧି ରଖିଲେ ଗାଁ ଲୋକେ, ତା ପରେ…

3/05/2021 at 7:08 PM

ଭାଗଲପୁର ୦୩।୦୫: ପ୍ରେମୀଯୁଗଳଙ୍କୁ ଗାଁ ଲୋକେ ପ୍ରଥମେ ରାତିସାରା ଗଛରେ ବାନ୍ଧି ରଖିଲେ। ପୁଣି ପରଦିନ ସକାଳେ ଅର୍ଥାତ ସୋମବାର ବିବାହ କରାଇଦେଲେ। ଏମିତି ଅଭାବନୀୟ ଘଟଣା ବିହାରର ଭାଗଲପୁର ଜିଲ୍ଲା ବୀରପୁର ଥାନା ଅନ୍ତର୍ଗତ ତୁରେକଜନି ଗାଁରେ। ରବିବାର ରାତିରେ ଘଟଣାକ୍ରମ ଆରମ୍ଭ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୂରା ଘଟଣା ଥାନାଠୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଚାଲିଥିଲା। ଏହା ସତ୍ତ୍ଵେ ବି ପୋଲିସ କାନକୁ ଏହି ଖବର ନଯିବା ଲୋକଙ୍କୁ ଚକିତ କରିଛି।

ଏହି ଘଟଣାରେ ସଂପୃକ୍ତ ଯୁବତୀ ଜଣକ ପୂର୍ବରୁ ବିବାହିତ । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତ୍ରିରେ ତୁରେକଜନି ଗାଁରେ ବିବାହିତ ମହିଳାଙ୍କୁ  ପ୍ରେମିକ ଭେଟିବାକୁ ଯାଇଥିଲେ। ଲୁଚାଛପା ଭେଟ୍ ସମୟରେ ଉଭୟଙ୍କୁ ଗାଁ ଲୋକେ ଧରି ନେଇଥିଲେ। ଯୁବକଙ୍କ ନାଁ ସଚିନ କୁମାର(୨୪)। ସେ ଶେଖପୁରା ଜିଲ୍ଲାର ଅକରପୁର ଗାଁର। ଯୁବକଙ୍କ ଘର ମହିଳାଙ୍କ ବାପ ଘର ନିକଟରେ। ମହିଳାଙ୍କ ସ୍ଵାମୀ ରବିବାର ରାତିରେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ବିବାହିତ ମହିଳା ନିଜର ପ୍ରେମିକାକୁ ବିଳମ୍ବିତ ରାତ୍ରିରେ ଭେଟିଥିଲେ। ହେଲେ ଗାଁ ଲୋକଙ୍କ ହାବୁଡରେ ପଡିଗଲେ। ଗାଁ ଲୋକେ ଉଭୟଙ୍କୁ ଏକ ବିଜୁଳି ଖମ୍ବରେ ରାତିସାରା ଭାଙ୍ଗି ରଖିଥିଲେ।

ଏହା ପରେ ସୋମବାର ସକାଳେ ଗାଁ ଲୋକଙ୍କ ଉପସ୍ଥିତିରେ ଗାଁ ନିକଟସ୍ଥ କାଳି ମନ୍ଦିର ପରିସରରେ ଉଭୟଙ୍କ ବିବାହ କରାଯାଇଥିଲା। ଏହି ସମୟରେ ସ୍ଥାନୀୟ ସରପଞ୍ଚ ଅର୍ଜୁନ ସାହାନୀଙ୍କ ସହ ମହିଳାଙ୍କ ସ୍ଵାମୀ ଓ ଅନ୍ୟ ପରିଜନ ମଧ୍ୟ ଉପସ୍ଥିତ ଥିଲେ। ଶତାଧିକ ଲୋକଙ୍କ ଗହଳିରେ ଯୁବକ ଏବଂ ଯୁବତୀ ଅସହାୟ ଏବଂ କିଂକର୍ତ୍ତବ୍ୟମୂଢ ଥିଲେ।

ବିବାହିତ ମହିଳାଙ୍କ ଦୁଇ ବର୍ଷର ଝିଅ ମଧ୍ୟ ଅଛି, ଯାହାଙ୍କୁ ସ୍ଵାମୀ ନିଜ ପାଖରେ ରଖି ସ୍ତ୍ରୀଙ୍କୁ ପ୍ରେମିକ ସହ ବିବାହ କରି ବିଦାୟ କରିଛି। ରବିବାର ବିଳମ୍ବିତ ରାତ୍ରିଠୁ ଧରି ସୋମବାର ସକାଳ ପର୍ଯ୍ୟନ୍ତ ଚାଲିଥିବା ଏହି ହାଇଭୋଲଟେଜ୍ ଡ୍ରାମା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ସମସ୍ତ ଘଟଣା ସତ୍ତ୍ଵେ ବି ସ୍ଥାନୀୟ ପୋଲିସ ଘଟଣା ବିଷୟରେ ଜାଣିବାକୁ ନପାଇବା ଲୋକଙ୍କୁ ଚକିତ କରିଛି.

ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଏବଂ ଯୁବତୀଙ୍କୁ ଥାନାକୁ ନେଇ ଆସିଥିଲେ। ଥାନା ଅଧିକାରୀ କହିଛନ୍ତି ଯେ, ବିବାହିତ ମହିଳା ପ୍ରେମିକଙ୍କ ପରିବର୍ତ୍ତେ ସ୍ଵାମୀ ରହିବାକୁ ଚାହିଁଛନ୍ତି। ଯୁବତୀଙ୍କ ଅନୁଯାୟୀ ଗାଁ ଲୋକେ ବଳପୂର୍ବକ ପ୍ରେମିକ ସହ ତାଙ୍କ ବିବାହ କରାଇଛନ୍ତି। ପରିବାର ଲୋକଙ୍କୁ ଡକାଯାଇଛି ଏବଂ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

   Related Posts