ଜିଦ କରିବାରୁ ହତ୍ୟା କଲା ପ୍ରେମିକ

Published By : Prameya-News7 Bureau | August 12, 2018 IST

ବିବାହ ପାଇଁ ଜିଦ କରିବାରୁ ହତ୍ୟା କରିଛି । ଭଣ୍ଡାରିପୋଖରୀ ରେବ ଗାଁ ପୋଖରିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ସତ ସ୍ବୀକାର କରିଛି ଅଭିଯୁକ୍ତ । ଦୀର୍ଘ ବର୍ଷ ହେବ ଭଲ ପାଉଥିବା ପ୍ରେମିକାକୁ ହତ୍ୟା କରିଥିବା କହିଛି । ତଦନ୍ତ ପରେ ଅଭିଯୁକ୍ତ ପ୍ରେମିକ ରବିନ୍ଦ୍ର ପଣ୍ଡାକୁ ଗିରଫ କରିଛି ପୋଲିସ । ମୃତକ ମହିଳା ମୋବାରକପୁରର ବିନତା ଜେନା । ବିନତାଙ୍କ ସହ ରେବ ଗାଁର ରବିନ୍ଦ୍ର ପଣ୍ଡାଙ୍କ ଦୀର୍ଘ ବର୍ଷ ହେବ ପ୍ରେମ ସଂପର୍କ ଥିଲା । ତେବେ ବାହା ହେବାକୁ ରାଜି ହେଉନଥିଲା ରବିନ୍ଦ୍ର । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ଝଗଡା ହେଉଥିଲା । ଗତ ୩ ତାରିଖରେ ବିନତା ବିବାହ କରିବାକୁ ଜିଦ୍ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରବିନ୍ଦ୍ର ତାଙ୍କୁ ମାଡ ମାରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହତ୍ୟାକୁ ଲୁଚାଇବାକୁ ବିନତାଙ୍କ ମୃତଦେହରେ ବଡ ପଥର ବାନ୍ଧି ପୋଖରୀରେ ପକାଇ ଦେଇଥିଲା ଅଭିଯୁକ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.