Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଅନ୍ୟତ୍ର ବିବାହ ହୋଇଗଲେ ପ୍ରେମିକ, ଧୋକା ପାଇ ଶଙ୍ଖା-ସିନ୍ଦୁର-ଶାଢି ପିନ୍ଧି ଆତ୍ମହତ୍ୟା କଲେ ନାବାଳିକା

2/03/2021 at 10:58 PM

ମାଲକାନଗିରି ୦୨।୦୩: ଅଢେଇ ଅକ୍ଷର ପ୍ରେମ ପାଇଁ କିଏ ପାଗଳ ହୋଇଛ କିଏ ଆଉ କିଏ ନିଜ ଜୀବନ ହାରିବାକୁ ତିଳେ ମାତ୍ର ପଛାଇ ନାହାନ୍ତି। ତେବେ ପ୍ରେମିକ ଅନ୍ୟତ୍ର ବିବାହ ହୋଇଗଲାପରେ ପ୍ରେମରେ ଧୋକା ପାଇ ନାବାଳିକା ଜଣେ ବିବାହିତା ମହିଳାଙ୍କ ପରି ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୁର ଓ ଶାଢି ପିନ୍ଧି ଆତ୍ମହତ୍ୟା କରିଛନ୍ତି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି  ଜିଲ୍ଲା ପୋଟ୍ରେଲ ପଞ୍ଚାୟତ ଏମଭି ୩୫ ଗ୍ରାମରେ।

ସୂଚନା ଅନୁଯାୟୀ, ଏମଭି୩୫ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବୟସ୍କା ନାବାଳିକାଙ୍କୁ ନିକଟସ୍ଥ ଏମଭି ୧୦୯ ଗ୍ରାମର ଜଣେ ଯୁବକ ଭଲ ପାଉଥିଲେ। ସେହି ଯୁବକ ନାବାଳିକାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଦୁଇ ଦିନ ପୂର୍ବେ ସେହି ଯୁବକ ଅନ୍ୟତ୍ର ବିବାହ କରିଥିବା ଖବର ପାଇ ନାବାଳିକା ଦିନସାରା ମନଦୁଃଖରେ ଥିଲେ।

ପରିବାର ଲୋକେ ତାଙ୍କୁ ରାତିରେ ଖାଇବାକୁ ଡାକିବାରୁ ଦେହ ଭଲ ନାହିଁ କହି ସୋମବାର ରାତିରେ ନିଜ ରୁମକୁ ଶୋଇବାକୁ ପଳାଇଥିଲେ। ଘରେ ସମସ୍ତେ ଶୋଇ ଗଲାପରେ ପ୍ରେମରେ ଧୋକା ପାଇଥିବାରୁ ମାନସି  ଭାରସାମ୍ୟ ହରାଇ ନାବାଳିକା ନିଜ ରୁମ ଭିତରେ ବେକରେ ଗାମୁଛରେ ଫାସି ଲଗାଇ ଝୁଲି ପଡିଥିଲେ।

ଆଜି ସକାଳେ ପରିବାର ଲୋକେ ଝିଅକୁ ଡାକିବାକୁ ଯାଇ ରୁମରେ ତାର ଝୁଲନ୍ତା ମୃତ ଶରୀର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକେ ତାକୁ ନିକଟସ୍ଥ କୋରକୁଣ୍ଡା ହସ୍ପିଟାଲକୁ ନେଇଥିଲେ। ଡାକ୍ତରଖାନାରେ ଡାକ୍ତର ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ସୂଚନା ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଶରୀର ଜବତ କରି ଶବ  ବ୍ୟବଚ୍ଛେଦ ନିମନ୍ତେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ନାବାଳିକା ଜଣକ ଫାଶୀ ଲଗାଇବା ପୂର୍ବରୁ ଜଣେ ବିବାହିତ ମହିଳା ପରି ମଥାରେ ସିନ୍ଦୂର, ହାତରେ ଶଙ୍ଖା ଓ ଲାଲରଙ୍ଗର ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ନାବାଳିକାର ଶବ ବ୍ୟବଚ୍ଛେଦ ପରେ ପୋଲିସ ତାଙ୍କ ପରିବାରକୁ ମୃତ ଶରୀର ହସ୍ତାନ୍ତର କରିଛି।

   Related Posts