Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ପ୍ରେମିକା ପାଇଁ ଲମ୍ବା ଦାଢି, ଟୋକା ଟାଣି ଦେଲେ ଗଲା ଉପୁଡି: ଯୋଗୀ ବେଶରେ ବାନ୍ଧବୀଙ୍କୁ ଦେଖା କରିବାକୁ ଯାଇ ହଟହଟା ହେଲେ ଛାତ୍ର, ଭିଡିଓ ଭାଇରାଲ୍

30/01/2021 at 6:03 PM

ଯାଜପୁର ୩୦।୦୧: ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲା ପ୍ରେମିକ । ପିଲା ଚୋର ଭାବି ଧରି ପକାଇଲେ ଲୋକେ । କୌତୁହଳର ବିଷୟ ହେଲା ବାବାଙ୍କ ବୟସକୁ ଦାଢ଼ି ଜଟ ମ୍ୟାଚ୍ କରୁନଥିଲା । କିଛି ଲୋକ ସନ୍ଦେହ କରି ଦାଢ଼ି ଟାଣିଦେବାରୁ ଭାଣ୍ଡାମୀ ଧରାପଡ଼ିଯାଇଥିଲା । ଅନୁଗୁଳର ଜଣେ କଲେଜ ଛାତ୍ର ନିଜ ପ୍ରେମିକାକୁ ଭେଟିବାକୁ କେମିତି  ବାବା ବେଶରେ  ଯାଜପୁର ରୋଡ ଫେରୋକ୍ରୋମ ଗେଟ୍ କଲୋନୀକୁ ଆସି ହଟହଟା ହୋଇଛନ୍ତି।

ଅନୁଗୁଳର ବାବା,  ହିମାଳୟରୁ ଆସିଛନ୍ତି ବୋଲି କହିଥିଲେ । ମୁଣିରେ ପଡ଼ିଥିଲା ଅଧକିଲୋ ଚାଉଳ ଆଉ ଦି, ଚାରିଟା ୫ଟଙ୍କିଆ କଏନ୍ । ମୁହଁରେ ଲମ୍ବା ଦାଢ଼ି, ମୁଣ୍ଡରେ ଜଟ ସାଙ୍ଗକୁ କିନ୍ତୁ ମ୍ୟାଚ୍ କରୁନଥିଲା ବୟସ। ପିଲାଚୋର ଭାବି ମାଡ଼ିବସିଲେ ଲୋକେ । ମୁହଁରୁ ଖସି ପଡ଼ିଲା ନକଲି ଦାଢ଼ି । ଧରାପଡ଼ିଗଲା ବାବାଙ୍କ ଭାଣ୍ଡାମୀ। ସବୁଥର ଭଳି ଏଥର ମଧ୍ୟ ନାଟକର ଶେଷ ସିନ୍ରେ ପୋଲିସର ଏଣ୍ଟ୍ରି ହୋଇଥିଲା । ଆପଣ ଭାବୁଥିବେ ଇଏ ପୁଣି କେଉଁ ନାଟକ ?  ଆଜି ଯାଜପୁର ରୋଡ୍ ଥାନା ଅଂଚଳରେ ଥିବା ଫେରୋକ୍ରୋମ୍ କଲୋନୀ ନିକଟରେ ଏମିତି ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛି । 

ବାବା ବେଶରେ ପ୍ରେମିକାକୁ ଭେଟିବାକୁ ଆସି ଫସିଗଲା ପ୍ରେମିକ । ଧରାପଡ଼ିଥିବା ଯୁବକ ଜଣକ ଅଗୁଗୁଳର ଏକ କଲେଜରେ ପଢ଼ନ୍ତି । ଯୁକ୍ତ ୨ରେ ପଢ଼ୁଥିବା ଏହି ଛାତ୍ର ଜଣକ ବାବା ବେଶ ଧାରଣ କରି ତାଙ୍କ ପ୍ରେମିକାକୁ ଦେଖା କରିବାକୁ ଯାଜପୁର ରୋଡ଼ ଆସିଥିଲେ । ତାଙ୍କ ହାବଭାବ ଦେଖି କିଛି ଲୋକଙ୍କ ସଂଦେହ ହେଲା । ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ବାବାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ବାବା ନଅଟକିବାରୁ ସେ ତାଙ୍କ ହାତ ଧରିପକାଇଥିଲେ । ବାବା ତମେ କୋଉଠୁ  ଆସିଛ ବୋଲି ପଚାରିଥିଲେ । ବାବା କହିଥିଲେ ହିମାଳୟରୁ ଆସିଛନ୍ତି । ବାବାଙ୍କ ବୟସ ଓ ତାଙ୍କ ଚୁଟି, ଦାଢ଼ି ଦେଖି ବ୍ୟକ୍ତିଜଣଙ୍କ ସଂଦେହ ହୋଇଥିଲା । ବାବାଙ୍କ ଦାଢ଼ି ଟାଣିଦେବାରୁ ଖସି ଯାଇଥିଲା ନକଲି ଦାଢ଼ି । ଚାହୁଁ ଚାହୁଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଗଲା। ପିଲାଚୋର ଭାବି ପୋଲିସକୁ ଡାକିଥିଲେ ଲୋକେ ।

ଶେଷରେ ପୋଲିସ ଆସି ବାବା ସାଜିଥିବା ଛାତ୍ରଙ୍କୁ ଉଠାଇନେଇଥିଲା । ବୁଝୁ ବୁଝୁ ଜଣାପଡ଼ିଲା ପ୍ରେମିକାଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରୁନଥିଲେ । ତେଣୁ ଛାତ୍ର ଜଣକ ଏମିତି ବାବା ବେଶରେ ତାଙ୍କ ଘରକୁ ଯାଉଥିଲେ ।

   Related Posts