ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ, ପିଟି ମାରିଦେଲେ ସଂପର୍କୀୟ : ଜୀବନ ବିକଳରେ ଦୌଡି ପଳାଇବାରୁ ବଞ୍ଚିଗଲା ପ୍ରେମିକଙ୍କ ସାଙ୍ଗ

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨।୮: ସାଙ୍ଗଙ୍କ ସହ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ । ଏହି ସମୟରେ ପ୍ରେମିକାଙ୍କ ଘରଲୋକ ସେମାନଙ୍କୁ ଦେଖିଦେଲେ । ରାଗରେ ସେମାନେ ପ୍ରେମିକଙ୍କୁ ପିଟି ପିଟି ମାରିଦେଲେ । ଏହି ସମୟରେ ପ୍ରେମିକଙ୍କ ବନ୍ଧୁଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ମାତ୍ର ସେ ସେଠାରୁ କୌଣସି ପ୍ରକାରର ଦୌଡି ପଳାଇ ଆସିଥିଲେ । ଫଳରେ ତାଙ୍କ ଜୀବନ ବଞ୍ଚଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ବିହାର ଶେଖପୁରା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ପ୍ରେମିକ ଜଣଙ୍କ ବିହାର ଶେଖପୁରା ଅଞ୍ଚଳ ନବାଦାର କୋଚଗାଁରେ ରହୁଥିଲେ । ତାଙ୍କର ହୀରା ମାଫୋ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରେମିକାଙ୍କୁ ଭେଟିବାକୁ ସେ ମାଫୋ ଗାଁରେ ଥିବା ଜଣେ ସଂପର୍କୀୟଙ୍କ ଘରକୁ ପ୍ରାୟତଃ ଯାଉଥିଲେ । ଘଟଣା ଦିନ ସେ ପ୍ରେମିକାଙ୍କ ସହ ଭେଟିବାକୁ ମାଫୋ ଗାଁକୁ ଯାଇଥିଲେ । ମାତ୍ର ପ୍ରେମିକାଙ୍କ ପରିବାର ଲୋକ ତାଙ୍କୁ ସେଠାରେ ଦେଖିଦେଇଥିଲେ । ସେମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରି ହତ୍ୟା କରିଦେଇଥିଲେ ।

ମୃତକଙ୍କ ସଂପର୍କୀୟମାନେ ପ୍ରେମିକାଙ୍କ ପରିବାରଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ମେହୁଶ ପୋଲିସର ସୂଚନା ଅନୁସାରେ ମୃତକଙ୍କ ସଂପର୍କୀୟ ପ୍ରେମିକାଙ୍କ ସଂପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ମାମଲାର ଯାଞ୍ଚ କରାଯାଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.