ଅବୈଧ ସଂପର୍କ ସନ୍ଦେହରେ ହତ୍ୟା : ବିବାହିତା ମହିଳାଙ୍କ ଗଳା କାଟି ମାରିଦେଲା ପ୍ରେମିକ

Published By : Prameya-News7 Bureau | December 31, 2020 IST

ମେରଠ ୩୧।୧୨: ଉତ୍ତରପ୍ରଦେଶ ମେରଠରେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପୋଲିସ ହତ୍ୟାକାରୀକୁ ଗିରଫ କରିଛି । ଅବୈଧ ସଂପର୍କ ପାଇଁ ପ୍ରେମିକ ନିଜ ପ୍ରେମିକାଙ୍କ ଗଳା କାଟି ହତ୍ୟା କରିଛି । ଏଭଳି ହତ୍ୟାକାଣ୍ଡ ମେରଠ ଥାନା ବ୍ରହ୍ମପୁରୀ ଅଞ୍ଚଳରେ ଘଟିଛି ।

ସୂଚନାଯୋଗ୍ୟ ଯେ, ମୃତ ମହିଳା ହରିନଗର ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ । ମହିଳାଙ୍କର ଏକ ବିୟୁଟି ପାର୍ଲର ମଧ୍ୟ ଥିଲା । ଗତ କିଛି ବର୍ଷ ହେବ ମହିଳାଙ୍କର ଜଣେ ଯୁବକଙ୍କ ସହ ଅବୈଧ ସଂପର୍କ  ରହିଥିଲା । ଉଭୟ ବିବାହିତ ହୋଇ ମଧ୍ୟ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଏମିତିରେ ଯୁବକଙ୍କୁ ସନ୍ଦେହ ହୋଇଥିଲା ଯେ, ସଂପୃକ୍ତ ମହିଳାଙ୍କର ଅନ୍ୟ କାହା ସହ ସଂପର୍କ ଅଛି। ଏହି କାରଣରୁ ସଂପୃକ୍ତ ଯୁବକ ମହିଳାଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ଯୁବକ ଜଣଙ୍କ ସଂପୃକ୍ତ ମହିଳାଙ୍କ ଘରେ ପଶି ତାଙ୍କ ଗଳା କାଟି ହତ୍ୟା କରିଛି । ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପାଖ ପଡିଶା ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ରୁଣ୍ଡ ହୋଇ ଅଭିଯୁକ୍ତ ଯୁବକକୁ କାବୁ କରି ନେଇଥିଲେ । ହତ୍ୟାକାଣ୍ଡ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରିଛି ।

ପୋଲିସ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମହିଳାଙ୍କ ସ୍ବାମୀ ଦିଲ୍ଲୀରେ କାମ କରନ୍ତି । ହତ୍ୟାକାଣ୍ଡ ପରେ ସାରା ପରିବାରଲୋକ ସ୍ତବ୍ଧ ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.