ପ୍ରେମ କରି ବାହା ହେଲା, ପରେ ହତ୍ୟା କରି ଫୋପାଡି ଦେଲା ସ୍ଵାମୀ, ପୋଲିସ ଭୟରେ ସତ ମାନିଗଲା

Published By : Prameya-News7 Bureau | November 12, 2021 IST

ବଂଶପାଲ ୧୨।୧୧: ପ୍ରଥମେ ପ୍ରେମ ଜାଲରେ ଫସାଇଲା। ବିବାହ ବି କଲା, କିନ୍ତୁ ପରେ ପ୍ରେମିକାକୁ ହତ୍ୟା କଲା ସ୍ଵାମୀ। ଦୀର୍ଘ ବର୍ଷେ ପରେ ମହିଳାଙ୍କ ହାଡ଼ ଓ ଚୁଡ଼ି ଟାଉନ୍ ଥାନା ଜୁଡ଼ିଆ ଘାଟିରୁ ଠାବ ହୋଇଛି। ଏଭଳି ଅଭାବନୀୟ ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ। ଉପରକାଦକଳା ଗାଁର ଚକ୍ରଧର ଘଣା ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ବିବାହ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

{"id":542893,"sizeSlug":"full","linkDestination":"none"}

ସୂଚନା ଅନୁଯାୟୀ, ଚକ୍ରଧର ଓ ନବାତ ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ଚକ୍ରଧରଙ୍କ ପରିବାର ରାଜି ନହେବାରୁ ଦୁହେଁ ଘର ଦ୍ଵାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଠାରେ ରହିଥିଲେ। ହେଲେ ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା। ଝିଅ କେଉଁଠି ବୋଲି ପଚାରିବାରୁ ଚକ୍ରଧରଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ ନବାତଙ୍କ ପରିବାର। ଗତ କିଛି ଦିନ ହେବ ଥାନାରେ ଚକ୍ରଧରଙ୍କୁ ପଚରା ଉଚୁରା କରିବା ପରେ ଆଜି ନବାତଙ୍କ ହାଡ ଓ ଚୁଡ଼ି ଆଦି ଜୁଡ଼ିଆ ଘାଟି ରୁ ଠାବ କରିଛି ପୋଲିସ । ପୋଲିସ ଅଭିଯୁକ୍ତକୁ ଧରି ଘଟଣାସ୍ଥଳ ପହଞ୍ଚି  ହାଡ ଓ ଚୁଡ଼ି ଜୁଡ଼ିଆ ଘାଟିରୁ ଠାବ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.