Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ସ୍ୱୀକୃତି ନମିଳିବା ଭୟରେ ବିଷ ପିଇଦେଲେ ପ୍ରେମୀଯୁଗଳ : ଜୀବନ ହାରିଲା ପ୍ରେମିକ, ମୃତ୍ୟୁ ସହ ଲଢୁଛି ପ୍ରେମିକା

16/01/2021 at 12:41 PM

ଝାରସୁଗୁଡ଼ା,୧୬/୦୧: ଆତ୍ମହତ୍ୟା ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ । ବିଷପାନ କରି  ଜୀବନ ହାରିବେ ବୋଲି ନେଲେ ଚରମ ନିଷ୍ପତ୍ତି ।  ଏଥିରେ ପ୍ରେମିକ ଜୀବନ ହାରିଥିବା ବେଳେ ମୃତ୍ୟୁ ସହ ସଙ୍ଘର୍ଷ କରୁଛି ପ୍ରେମିକା । ଏପରି ଘଟଣା ଘଟିଛି ଝାରସୁଗୁଡ଼ା ସଦର ଥାନାମରାକୁଟା ଗ୍ରାମ ସାଲେଟିକ୍ରା ନିକଟରେ ।

ସୂଚନା ଅନୁସାରେ, ଶୁକ୍ରବାର ଦିନ ସନ୍ଧ୍ୟାରେ ଏକ ବୁଦା ମୂଳେ ପ୍ରେମିକ ଗୋବର୍ଦ୍ଧନ ଓରାମ (୩୦)ଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦିଆଯାଇଥିଲା । ସନ୍ଧ୍ୟା ହୋଇଯିବାରୁ ଏବଂ ପରିବାର ଲୋକେ ପାଖରେ ନ ଥିବାରୁ ପୋଲିସ ମୃତଦେହକୁ ଉଦ୍ଧାର କରିନଥିଲା। ମୃତକଙ୍କ ଘର ଲଖନପୁର ଥାନା ଅନ୍ତର୍ଗତ ଉବୁଡ଼ା ଗାଁରେ । କିନ୍ତୁ ପରିବାର ଲୋକେ ସମ୍ୱଲପୁର ଜମାଦାର ପାଲିରେ ରହୁଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ମରାକୁଟା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ।  ତେବେ ଗତ ମଙ୍ଗଳବାର ରାତ୍ରିରୁ ଦୁହେଁ ଘରଛାଡ଼ି ଫେରାର ହୋଇଯାଇଥିଲେ ।

ପ୍ରେମୀଯୁଗଳ କୁଆଡ଼େ ଯିବେ, କ’ଣ କରିବେ ତାହା ସ୍ଥିର କରି ପାରିନଥିଲେ । ଉଭୟେ ବିଷପାନ କରିଥିଲେ । ଦୀର୍ଘ ସମୟ ପରେ ବିଷର ପ୍ରତିକ୍ରିୟା ହେବାରୁ ସନ୍ଧ୍ୟାରେ ପ୍ରେମିକଙ୍କ ମୃତ୍ୟୁ ହୋଇଯାଇଥିଲା । ଯୁବତୀ ଜଣକ ଆଉ ସହ୍ୟ କରି ନ ପାରି ଘରକୁ ଫୋନ କରି ଘଟଣା ସଂପର୍କରେ ଜଣାଇଥିଲେ । ଏହାପରେ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତିକରିଥିଲେ । ଉଭୟଙ୍କ ପରିବାର ଲୋକେଏହି ପ୍ରେମ ସଂପର୍କକୁ ସ୍ୱୀକୃତି ନ ଦେବାର ଆଶଙ୍କାରେ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯୁବତୀଙ୍କ ବୟାନ ରେକର୍ଡ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

   Related Posts