ମନ୍ଦିର ପଛପଟେ ବିଷ ପିଇ ପ୍ରେମି ଯୁଗଳଙ୍କ ଆତ୍ମ ହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 20, 2019 IST

ବ୍ରହ୍ମପୁର୨୦|୭:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କଲ୍ୟାଣପୁର ଚୋଟା କାଶୀ ବିଶ୍ବନାଥପୁର ମନ୍ଦିର ପଛପଟୁ ଆଜି ସଂଧ୍ୟାରେ ପ୍ରମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଏମାନେ କାହିଁକି ଆତ୍ମହତ୍ୟା କଲେ ତାର କାରଣ ଜଣାପଡି ନାହିଁ ।

{"id":135768}

ଉଭୟେ କୀଟ ନାଶକ ବା ବିଷ ପାନ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।ମୃତ ପ୍ରେମି ଯୁଗଳଙ୍କ ପରିଚୟ ମିଳିଛି । ସେମାନେ ହେଲେ ଚୈତନ୍ୟପୁରର ରଘୁନାଥ ରେଡୀଙ୍କ ଝିଅ କେ. ଲକ୍ଷ୍ମୀ ରେଡି ଓ ଝରିପଦର ଗାଁର ଏସ ଚୂଡାମଣି ରେଡିଙ୍କ ୨୭ ବର୍ଷ ବୟସ୍କ ପୁଅ ଏସ ଦିବାନା ରେଡି ।

ଖବରପାଇବାପରେ ମୃତ ଦିବାନାଙ୍କ ପରିବାର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅନୁସଂଧାନ ଜାରୀ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.