Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରସ୍ପରକୁ ପ୍ରଚଣ୍ଡ ଭଲପାଉଥିଲେ , ପରିବାର ରାଜିହେଲେନି ବୋଲି ନେଲେ ଏମିତି ପଦକ୍ଷେପ…

15/04/2019 at 12:00 PM

ଭଞ୍ଜନଗର୧୫|୪: ଗଞ୍ଜାମ ଜିଲ୍ଲା ତାରଶିଙ୍ଗି ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମ ନିକଟସ୍ଥ ପାରାଭାଡ଼ୀ କେନାଲଠାରେ ଏକ ନିମ ଗଛ ଉପରେ ପ୍ରେମୀ ଯୁଗଳ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି ।  

ମୃତ ଦେହ ଦେଖି ଗ୍ରାମବାସୀ ମୃତକ ଦୁଇଜଣ ବ୍ରାହ୍ମଣପଦରର  ଦିଳ୍ଲପ୍ ମଲିକ ଏବଂ ଲିଜା ପାତ୍ର  ବୋଲି  ଚିହ୍ନଟ କରିଛନ୍ତି । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।ଦୁହିଙ୍କ ପରିବାର ପକ୍ଷରୁ ବିବାହ ପାଇଁ ସ୍ବିକୃତୀ ନମିଳିବାରୁ ଏପରି ଚରମ ପଦକ୍ଷେର ନେଇଥିବା ଆଲୋଚନା ହେଉଛି ।

ଘଟଣା ପରେ ସମଗ୍ର ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି।ତାରଶିଂଗ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଖବରନେବାରେ ଜଣାପଡିଛି ଯେ, ଲିଜା ଯୁକ୍ତଦୁଇର ଛାତ୍ରଥିବାବେଳେ ଦିଲ୍ଲୀପ ବାଂଗାଲୋରର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ ।

   Related Posts