ଦୁଇଟି ପିଲାର ବାପାକୁ ବାହା ହେବାକୁ ଅଡ଼ି ବସିଲା ବିଏସସି ଛାତ୍ରୀ, ପ୍ରେମରେ ଅସଫଳ ହୋଇ ଦୁହେଁ ପିଇଲେ ବିଷ

Published By : Prameya-News7 Bureau | December 26, 2018 IST

ଚିତୋରଗଡ଼ ୨୬/୧୨- ପ୍ରେମରେ ଅସଫଳ ହୋଇ ପ୍ରେମୀଯୁଗଳ ପିଇଲେ ବିଷ । ପ୍ରେମକୁ ନେଇ ସବୁବେଳେ କିଛି ନା କିଛି ଘଟିଥାଏ ଅଘଟଣ, ହେଲେ ଏହି ଘଟଣା ଟିକେ ଅଲଗା । ଜଣେ ବିଏସି ପଢ଼ିଥିବା ଛାତ୍ରୀ ବିବାହିତ ପୁରୁଷକୁ ଭଲପାଇବା ଓ ବିବାହ କରିବାରେ ବିଫଳ ହେବାରୁ ବିଷ ପିଇବା ଘଟଣା ନେଇଛି ଅଲଗା ପ୍ରକାରର ମୋଡ଼ ।

ଜାମ୍ବାଡ଼ିଆ ଗାଁରେ ରବିବାର ସଂଧ୍ୟାରେ ଏକ ପ୍ରେମୀ ଯୁଗଳ ପିଇଦେଇଥିଲେ ବିଷ । ଟିନା ଓ ରତନଲାଲ  ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ଦୁହେଁ ବିବାହ କରିବାକୁ ବି କରିଥିଲେ ମନସ୍ଥ । ହେଲେ ଘଟଣା ଟିକେ ଅଲଗା ପ୍ରକାରର ଘଟିଲା । ରତନଲାଲ ବିବାହିତ ଥିଲା । ଏହା ଜାଣି ମଧ୍ୟ ଟିନା ରତନଲାଲକୁ ଭଲପାଇ ବିବାହ କରିବାକୁ ସ୍ଵପ୍ନ ଦେଖୁଥିଲା । କିନ୍ତୁ ରତନଲାଲ ବିବାହ କରିବାକୁ ଚାହୁଁ ନ ଥିଲା । ସେ ଚାହୁଁ ନ ଥିଲା ପରିବାରର ଭିତରେ ତିଆରି ହେଉ ବିଶୃଙ୍ଖଳା । ସେ କେବଳ ଟିନାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିଲା । ଟିନା ବିବାହ କରିବାକୁ କହିଲେ ବିଭିନ୍ନ ବାହାନା ଦେଖାଇ ସମୟ ଗଡ଼େଇ ଚାଲୁଥିଲା ।

ରବିବାର ସଂଧ୍ୟାରେ ଟିନା ବିବାହ କରିବାକୁ ଅଡ଼ି ବସିଲା । ବିବାହ କରିବାକୁ ନେଇ ଉଭୟଙ୍କ ଭିତରେ ହୋଇଥିଲା ପାଟିତୁଣ୍ଡ । ଯାହା ଫଳରେ ଟିନା ଓ ରତନଲାଲ ଦୁହେଁ ବିଷ ପିଇଦେଇଥିଲେ ।

ଗୁତୁତର ଅବସ୍ଥାରେ ସେମାନଙ୍କୁ ହସପିଟାଲ ନିଆଯାଇଥିଲା । ରତନଲାଲକୁ ଡ଼ାକ୍ତର ମୃତ ଘୋଷଣା କରିଥିବା ବେଳେ ଟିନା ମୃତ୍ୟୁ ସହ ସଂଘର୍ଷ କରୁଛି ।

ପୋଲିସ ରତନଲାଲ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.