ପ୍ରେମରେ ପ୍ରତାରଣ ; ଯୁବତୀ ହେଲେ ମା, ଲମ୍ପଟ ପ୍ରେମିକ ଫେରାର

Published By : Prameya-News7 Bureau | November 27, 2018 IST

କଟକ ୨୭|୧୧:  ପ୍ରଥମେ ପ୍ରେମ ସମ୍ପର୍କ, ପରେ  ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ, ଯାହାର ପରିଣାମ ସ୍ବରୂପ ବିବାହ ନକରି ମଧ୍ୟ ଯୁବତୀ ଜଣକ ମା  ହୋଇଛନ୍ତି । କିନ୍ତୁ ଏତିକିବେଳେ ଯୁବତୀ ଜଣଙ୍କୁ ଧୋକା ଦେଇ ଫେରାର ହୋଇଯାଇଛି ଲମ୍ପଟ ପ୍ରେମିକ । ଏଭଳି ଘଟଣା ଘଟିଛି କଟକ ଜଗତପୁର ଥାନା ଇମାମ୍‌ନଗର ଅଞ୍ଚଳରେ । ଯାହାକୁ ନେଇ ଥାନାରେ ଏତଲା ମଧ୍ୟ ଦାଏର ହୋଇଛି । କିନ୍ତୁ ୪ ଦିନ ପରେବି ପୁଲିସ ଚୁପ୍ ବସିଥିବାର ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା ଓ ମା । ଯୁବତୀ ଜଣକ ଏବେ ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସାଧିନ ଅଛନ୍ତି । ଗତ ୨୨ ତାରିଖରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ମେଡିକାଲରେ ଭର୍ତ୍ତି ହେବା ପର୍ଯ୍ୟନ୍ତ ଲମ୍ପଟ ପ୍ରେମିକ ଜଣକ ତାଙ୍କ ସହିତ ଥିଲେ, କିନ୍ତୁ ଝିଅ ଜନ୍ମ ହେବାପରେ ସେ ଫେରାର ହୋଇ ଯାଇଛି । ଅନ୍ୟପଟେ ଫେରାର ପ୍ରେମିକ ସମସ୍ତ ଘଟଣାକୁ ଅସ୍ବୀକାର କରିଛନ୍ତି । ଯୁବତୀଙ୍କ ମା କହିଛନ୍ତି ଯଦି ତାଙ୍କୁ ନ୍ୟାୟ ନମିଳେ ତେବେ ସେମାନେ ଆତ୍ମହତ୍ୟା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.