Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିବାହ କରିବ କହି ୯ ବର୍ଷ ଧରି ଶାରିରୀକ ସମ୍ପର୍କ ରଖିଥିଲା ପ୍ରେମିକ, ଲୁଚି ଛପି ବାହା ହେବା ଖବର ଶୁଣି ତା ଘର ଆଗରେ ଧାରଣା ଦେଲା ପ୍ରେମିକା

28/11/2021 at 11:22 PM

ଗଞ୍ଜାମ ୨୮/୧୧: ୯ ବର୍ଷ ଧରି ​‌ଯୌନ କ୍ଷୁଧା ମେଣ୍ଟାଇବା ପରେ ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବାହା ହେବାକୁ ସ୍ଥିର କରିଥିଲା ପ୍ରେମିକ । ଏନେଇ ଜାଣିବା ପରେ ପ୍ରତାରିତ ପ୍ରେମିକା କୌଣସି ଉପାୟ ନପାଇ ପ୍ରେମିକର ଘର ସାମ୍ନାରେ ଧାରଣା ଦେଇଛି । ବିବାହର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା ପ୍ରତାରକ। ଏହା ପରେ ନଭେମ୍ବର ୨୬ ତାରିଖରେ ପ୍ରେମିକ ଅନ୍ୟତ୍ର ବାହା ହେବା ଖବର ପାଇ ପ୍ରେମିକା ନ୍ୟାୟ ଦାବିରେ ଧାରଣାରେ ବସିଛି ।

ଏଭଳି ସମ୍ବେଦନଶୀଳ ଘଟଣା ଶେରଗଡ଼ ଥାନା ଅନ୍ତର୍ଗତ ତୋଟା ସାହିରେ ଘଟିଛି । ସୂଚନା ଅନୁସାରେ, ଶେରଗଡ଼ ବ୍ଲକର ୩୫ ବର୍ଷୀୟା ପୀଡ଼ିତା ମୂଲ ଲାଗି ଜୀବିକା ନିର୍ବାହ କରନ୍ତି । ତାଙ୍କ ୭୦ ବର୍ଷୀୟା ମା’ ସହ ରହୁଛନ୍ତି ପୀଡ଼ିତା । ତୋଟା ସାହିର ୩୦ ବର୍ଷୀୟ ଗଗନ ବାଡ଼ତ୍ୟା ଗତ ୯ ବର୍ଷ ହେଲା ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ବୋଲି ପୀଡ଼ିତା ଶେରଗଡ଼ ଥାନାରେ ଅଭିଯୋଗ କରିଥିଲେ ।

ନ୍ୟାୟ ନପାଇ ଶେଷରେ ପୀଡ଼ିତା ପ୍ରେମିକ ଗଗନର ଘର ଆଗରେ ଧାରଣାରେ ବସିଛନ୍ତି । ଏହା ସହ ନ୍ୟାୟ ନମିଳିଲେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଛନ୍ତି ପୀଡ଼ିତା । ସେପଟେ ଧାରଣାସ୍ଥଳରେ ପୀଡ଼ିତାଙ୍କ ସହ ଥିବା ତାଙ୍କ ବୃଦ୍ଧା ମା କହିଛନ୍ତି ଯେ, ନ୍ୟାୟ ନମିଳିବା ଯାଏଁ ଗଗନର ଘର ସମ୍ମୁଖରୁ ହଟିବୁ ନାହିଁ। ଯାହାକୁ ନେଇ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ଧାରଣାରତ ପ୍ରେମିକାକୁ ପୋଲିସ ପଚରାଉଚରା କରୁଛି । ଶେରଗଡ଼ ଥାନାରେ ମଧ୍ୟ ପୋଲିସ 258/21 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts