ଠକିଦେଲା ପ୍ରେମିକ: ୩ ମାସ ଗର୍ଭବତୀ ମାଁ ପେଟରେ ଶିଶୁକୁ ମାରି ଏବେ ରାସ୍ତାରେ ପ୍ରେମିକାକୁ ଛାଡି ଫେରାର, ପୋଲିସ ବି ରଖୁନି ଏତଲା

Published By : Prameya-News7 Bureau | May 27, 2019 IST

ବଲାଙ୍ଗିର (ଚିନ୍ମୟ ମିଶ୍ର )୨୭|୫: ପ୍ରେମକୁ ଅତୁଟ ବନ୍ଧନ କୁହା ଯାଏ ହେଲେ କିଛି ଏଭଳି ଘଟଣା ଘଟୁଛି ଯାହାକୁ ନେଇ ଏବେ ପ୍ରେମ ଉପରୁ ଆସ୍ଥା ତୁଟିଯାଉଛି । କେବେ ପ୍ରେମିକାକୁ ଧୋକା ଦେଉଛି ପ୍ରେମିକା ତ କେବେ ଘଟୁଛି ଓଲଟା କଥା । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ।

କଟକର ଜଣେ ଝିଅ ଓ ବଲାଙ୍ଗୀରର ଜଣେ ପୁଅ ମଧ୍ୟରେ ସୁଦୁର ତାମିଲନାଡୁଠାରେ କର୍ମସ୍ଥଳରେ ଗଢିଉଠିଥିଲା ପ୍ରେମ। ଧିରେ ଧିରେ ବଢି ତାହା ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା । ତାର ପରିଣତି ହେଉଛି ଏବେ ପ୍ରେମିକା ରାଜ ରାସ୍ତାରେ। ପ୍ରେମିକ ଝିଅକୁ ଗର୍ଭବତୀ କରି ତିନିମାସ ଶିଶୁକୁ ଗର୍ଭପାତ କରାଇ ଫେରାର ମାରିଛି। ଏପଟେ  ପୋଲିସ ପାଖରେ ଗୁହାରି କରିବାକୁ ଯାଇ ନୟାନ୍ତ ହେଲାଣି ପ୍ରେମିକା। ତାମିଲନାଡୁଠାରୁ କଟକ ଓ ବଲାଙ୍ଗୀର ପୋଲିସ ସବୁଠାରୁ ହତାଶ ହୋଇ ଫେରିଛି ପ୍ରେମିକା।

୪୫ ଡିଗ୍ରୀ ତାପମାତ୍ରାରେ ଏ ଥାନା ରୁ ସେଥାନାକୁ ଦୁଡୁଛନ୍ତି ଯୁବତୀ ଜଣକ। କାରଣ ପ୍ରେମିକ ଦେଇଛି ଧୋକା। ଯୁବତୀ ଜଣକ ହେଉଛନ୍ତି କଟକ ଜିଲ୍ଲା ଫୁଲନଖରାର ମାମିନା ନାୟକ(ଚଦ୍ମନାମ)। ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ସିବତଲା ଗାଁର ସୁଜିତ ମେହେର ନାମକ ଜଣେ ଯୁବକଙ୍କ ସହ ସୁଦୁର ତାମିଲନାଡୁରେ ତାଙ୍କର ହୋଇଥିଲା ପ୍ରେମ । ଗୋଟିଏ କପଡା କାରଖାନାରେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା । ଏହାପରେ ଦୁହେଁ ୬ ମାସ ଯାଏଁ ଲିଭଇନରେ ରହିଥିଲେ । ପ୍ରେମ ସମ୍ପର୍କ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା ।  ଫଳସ୍ବରୂପ ଗର୍ଭବତୀ ହୋଇଥିଲେ ପ୍ରେମିକା ମାମିନା ।

ହେଲେ ପ୍ରେମିକ ସୁଜିତ ଏକଥା ଜାଣିବାପରେ କୌଶଳକ୍ରମେ ବଲଙ୍ଗିର ଚାଲିଆସି ଆଉ ଫେରିନଥିଲା । ଫୋନଯୋଗେ ଯୋଗାଯୋଗ କରିବା ସହ କଟକ ଆସିଥିଲେ ମାମିନା । ସେ ଗର୍ଭବତୀ ହୋଇସାରିଥିବାରୁ ତୁରନ୍ତ ବିବାହ କରିବା ପାଇଁ ସୁଜିତଙ୍କୁ ଫୋନରେ କହିଥିଲେ । ହେଲେ ବାହା ହେବା ପାଇଁ ସୁଜିତ ରୋକଠୋକ ମନା କରିବା ସହ ଗର୍ଭପାତ କରିବା ପାଇଁ ସୁମିତ୍ରାଙ୍କ ଉପରେ ଚାପ ପକାଇଖିଲେ। ବଲାଙ୍ଗୀର ଆସିବା ପାଇଁ ମାମିନାକୁ କହିଥିଲେ ସୁଜିତ। ମାମିନା ବଲାଙ୍ଗୀର ଆସିବାପରେ ତାଙ୍କୁ ପୁଣି ଭୁବନେଶ୍ବର ନେଇ ସେଠାରେ ଗର୍ଭପାତ କରାଇଥିଲେ ସୁଜିତ। ଏହାକୁ ମାମିନା ବିରୋଧ କରିବାରୁ ତାଙ୍କୁ ମାଡମାରିବା ସହ ଛାଡିକି ଫେରାର ମାରିଥିଲା ପ୍ରେମିକ ସୁଜିତ।

ଏନେଇ ମାମିନା ପ୍ରଥମେ ତାମିଲନାଡୁରେ ସେମାନେ କାମ କରୁଥିବା ଆଞ୍ଚଳିକ ଥାନାରେ ଏତଲା ଦେବା ପାଇଁ ଯାଇଥିଲେ । ହେଲେ ସେଠାରେ ପୋଲିସ ଏତଲା ରଖିବାପାଇଁ ମନା କରିଦେଇଥିଲା । ଫଳରେ ସେ କଟକ ଫୋରିବା ପାଇଁ ବାଧ୍ୟ ହୋଇଥିଲେ । କଟକରେ ମଧ୍ୟ ପୋଲିସ ଏତଲା ନରଖି ସୁଜିତର ଯୋଉଁ ଥାନା ଅଧୀନରେ ଘର ସେହି ଥାନାରେ ଏତଲା ଦେବାକୁ କହି ତଡି ଦେଇଥିଲେ। ଗତକାଲିଠାରୁ ମାମିନା ବଲାଙ୍ଗୀର ଆସିବା ସହ ପ୍ରଥମେ ଟାଉଥାନା, ପରେ ସଦର ଥାନା ଓ ପୁଣି ତୁଷୁରା ଥାନାକୁ ଯାଇଥିଲେ। ହେଲେ କେହି ଏତଲା ରଖିବା ତ ଦୁରର କଥା ତାଙ୍କ କଥା ଶୁଣିବାକୁ ନାରାଜ ହୋଇଥିଲେ। ଓଲଟା ଗାଳିଗୁଲଜ କରି ତଡି ଦେଇଥିଲେ ତୁଷୁରା ଥାନା ଅଧିକାରୀ।

ଗତ କାଲି ଥାନାରୁ ଥା ବୁଲି ନୟାନ୍ତ ହେବାପରେ ବଲାଙ୍ଗୀର ରେଳଷ୍ଟେସନରେ ଆଶ୍ରୟ ନେଇଥିଲେ ମାମିନା ।  ଆଜି ବଲାଙ୍ଗିର ଏସପିଙ୍କ ଦ୍ବାରସ୍ତ ହୋଇଥିଲେ ସେ। ଏକ ଲିଖିତ ଅଭିଯୋଗପତ୍ର ଏଡିସିନାଲ ଏସପିଙ୍କୁ ଦେଇଥିଲେ । ହେଲେ ସେ ମଧ୍ୟ କୌଣସି ପ୍ରକାର ସହାୟତା କରିବା ପାଇଁ ଅସମର୍ଥ ପ୍ରକାଶ କରିଥିବା ଅଭିଯୋଗ କରିଛନ୍ତି ପିଡିତା ପ୍ରେମିକା। ଫଲରେ ପୁଣି ନିରାଶ ହୋଇ ଫେରିଛନ୍ତି ପ୍ରେମିକା ଜଣକ।

ସେପଟେ ଏନେଇ ଆମେ ଏଡିସିନାଲ ଏସପିଙ୍କ ମତାମତ ନେବାକୂ ଯାଇଥିଲୁ । ହେଲେ ମତାମତ ଦେବା ଦୂରକଥା ସାକ୍ଷାତ ପାଇଁ ମଧ୍ୟ ସେ ମନା କରିଦେଇଥିଲେ । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବରେ ପୋଲିସ ନେବା ଓ ଜଣେ ବାପା ମାଁ ଛେଉଣ୍ଡ ଝିଅକୁ ରାସ୍ତାରେ ଅସହାୟଭାବେ ଛାଡିଦେବା ସହ ତାକୁ ନ୍ୟାୟ ନଦେବା ପୋଲିସର ମଣିଷ ପଣିଆକୁ ପଦାରେ ପକାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.