Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ପ୍ରେମିକ ପାଇଁ ସ୍ଵାମୀଙ୍କୁ ଧୋକାଦେଲା ମହିଳା ,ହେଲେ ପ୍ରେମିକ ଧୋକାଦେବା ପରେ କଣ ହେଲା ..ଜାଣନ୍ତୁ

25/03/2019 at 8:23 PM

ଗୋରଖପୁର ୨୫/୩- ପରକୀୟା ପ୍ରୀତି ପାଇଁ ଉଜୁଡ଼ି ଗଲା ସଂସାର । ସ୍ବାମୀ ଅଫିସରୁ ଫେରିବା ପରେ ସ୍ତ୍ରୀ ଥିଲା ଆପତ୍ତିଜନକ ଅବସ୍ଥାରେ । ଏହି ଘଟଣାରେ ସ୍ବାମୀ ଗାଲିଗୁଲଜ କରିବା ସହ ମାଡ଼ ମାରିବା ପରେ ମହିଳା ଛାଡ଼ିଥିଲେ ଘର …ଏହା ପରେ କଣ ହେଲା ଆସନ୍ତୁ ଜାଣିବା ।

ମହିଳାଙ୍କ ବିବାହ ଗୋରଖପୁର ଦେବରିଆରେ ୪ବର୍ଷ ପୂର୍ବରୁ ହୋଇଥିଲା । ମହିଳାଙ୍କର ଦୁଇବର୍ଷର ପୁଅଟିଏ ମଧ୍ୟ ଥିଲା । ମହିଳାଙ୍କର ଜଣେ ଯୁବକଙ୍କସହ ପ୍ରେମସଂପର୍କ ସୃଷ୍ଟି ହୋଇଥିଲା । ସେମାନେ ଗୋପନରେ ମିଳାମିଶା ବି କରୁଥିଲେ । ସ୍ବାମୀ ଅଫିସ ଯିବା ପରେ ମହିଳା ନିଜର ପୁରୁଷ ବନ୍ଧୁକୁ ଡ଼ାକି ଶାରୀରିକ ସଂପର୍କ ରଖୁଥିଲେ ।

ଶନିବାର ସ୍ବାମୀ ଅଫିସରୁ ଫେରିବା ପରେ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ସେ କବାଟ ବାଡ଼େଇ ଥିଲେ ମଧ୍ୟ ବହୁତ ସମୟ ପରେ କବାଟ ଫିଟାଇଥିଲେ ମହିଳା । କବାଟ ଫିଟେଇବା ପରେ ସହି ଗାଁର ଜଣେ ଯୁବକ ତାଙ୍କ ସହ ବାହାରିଥିଲେ ।

ଏହି ଘଟଣାରେ ସ୍ବାମୀ ତାଙ୍କ ସ୍ତ୍ରୀକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହି ଘଟଣାରେ ମହିଳା ପ୍ରେମିକ ସହ ଘରୁ ବାହାରି ପୁଅକୁ ଧରି ଚାଲିଯାଇଥିଲେ ।

ମହିଳା ପ୍ରେମିକ ସହ ଯାଇଥିଲେ ସିନା କିନ୍ତୁ ପ୍ରେମିକ ଦେଇଥିଲା ଧୋକା । ସେ ମହିଳାଙ୍କୁ ସବୁଦିନ ପାଇଁ ବିବାହ କରି ନିଜ ପାଖରେ ରଖିବେନି ବୋଲି ମନାକରିଦେଇଥିଲେ । ଫଳରେ ମହିଳା କିଛି ଉପାୟ ନପାଇ ବିଷ ପିଇଦେଇଥିଲେ ।

ଏହି ଘଟଣାରେ ମହିଳାଙ୍କ ପୁରୁଷବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୁଷବନ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

   Related Posts