Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ପ୍ରେମିକାକୁ ଦେଖାକରିବାକୁ ଆସି ଧରାପଡିଗଲା ପ୍ରେମିକ, ରାତି ସାରା ପରିବାର ଲୋକ ଛେଚିଲେ, ସକାଳୁ ଉଭୟଙ୍କ ବିବାହ କଲେ

22/11/2020 at 4:38 PM

ଉତ୍ତରପ୍ରଦେଶ ୨୨/୧୧ : ରାମପୁର ଅଞ୍ଚଳରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ରାତି ଅଧରେ ପ୍ରେମିକାକୁ ଦେଖା କରିବାକୁ ଆସି ଧରାପଡିଗଲା ପ୍ରେମିକ । ପ୍ରେମିକାର ଘରଲୋକ ଯୁବକଙ୍କୁ ଧରି ଗୋଟିଏ ଘର ବନ୍ଦ କରି ରାତି ସାରା ପିଟିଥିଲେ । ସକାଳୁ ସଂପୃକ୍ତ ଯୁବକକୁ ପୋଲିସ ଜିମା ଦେଇଥିଲେ ପରିବାର ଲୋକେ ।

ତେବେ ପୋଲିସ କେସରୁ ବଞ୍ଚିବାପାଇଁ ସ୍ଥାନୀୟ କିଛି ଲୋକ ଆପୋସ ବୁଝାମଣା ପାଇଁ କହିଥିଲେ । ତେବେ ଘରଲୋକ ଏବଂ ପୋଲିସ ଉପସ୍ଥିତିରେ ଘଟଣାର ସମାଧାନ ହେବା ସହିତ ଉଭୟଙ୍କ ବିବାହ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ରାମପୁର ଅଜୀମନଗର ଥାନା ମେହେନ୍ଦି ନଗର ସ୍ଥିତ ସୁମାଲୀ ଗାଁର ଘଟିଛି । ସୂଚନା ଅନୁସାରେ ସ୍ଥାନୀୟ ଗଦ୍ଦୀ ନଗଲୀ ଗାଁର ପ୍ରେମ ସିଂହଙ୍କ ସହିତ ମେହେନ୍ଦୀ ଗାଁର ଲକ୍ଷ୍ମୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ପ୍ରେମିକଜଣକ ସବୁବେଳେ ପ୍ରେମିକକୁ ଭେଟିବାକୁ ଆସିଥିଲେ ।

ତେବେ ସେହିଦିନ ରାତି ପ୍ରାୟ ୧୨ ଟା ବେଳେ ପ୍ରେମିକାଙ୍କୁ ଦେଖା କରିବାକୁ ତାଙ୍କ ଘରେ ପହଞ୍ଚିଯାଇଥିଲେ । ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ସତର୍କତାର ସହ ଝକି ରହିଥିଲେ । କୌଶଳକ୍ରମେ ପରିବାର ଲୋକ ଉକ୍ତ ଯୁବକକୁ କାବୁ କରି ଏକ ଘରେ ବନ୍ଦ କରି ଉତ୍ତମମଧ୍ୟମ ଦେଇଥିଲେ । ପରେ ମାମଲା ପୋଲିସରେ ପହଞ୍ଚିଥିଲା । ତେବେ ପୋଲିସ ଉପସ୍ଥିତିରେ ଘଟଣାର ଆପୋଶ ସମାଧାନ ହେବା ସହିତ ମନ୍ଦିରରେ ଉଭୟଙ୍କ ବିବାହ କରାଯାଇଛି ।

   Related Posts