Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ଜବରଦସ୍ତ ପ୍ରେମ : ଅଲଗା ରହିପାରିଲାନି, କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ପ୍ରେମିକକୁ ନେଇ ପଳାଇଲା ପ୍ରେମିକା

30/05/2020 at 9:20 AM

ରାଞ୍ଚି ୩୦।୦୫: ଦେଶରେ କରୋନା ମହାମାରୀ  ବ୍ୟାପିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏବଂ ଏଥିପାଇଁ ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି । କିନ୍ତୁ ଏଭଳି ସମୟରେ ଝାଡଖଣ୍ଡର ଘାଟିଶାଲାରେ ଥିବା  କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଏକ ଘଟଣା  ସାମ୍ନାକୁ ଆସିଛି । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଜଣେ ଯୁବତୀଙ୍କ ନିଜ ପ୍ରେମିକ ଫେରାର କରିନେଇଯାଇଥିବାର ଘଟଣା ଆସିଛି ।

ସୂଚନାଯୋଗ୍ୟ ଯେ, ଦୁଇଜଣଙ୍କ ମଧ୍ୟରେ ଗତ ଦେଢ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଛି । ଏହାପୂର୍ବରୁ ଦୁଇ ଜଣ ଦୁଇଥର ଘର ପଳାଇ ଯାଇ ବିବାହା କରିବାକୁ ଚେଷ୍ଟା କରିଥିଲେ , କିନ୍ତୁ ଏଥିରେ ବିଫଳ ହୋଇଥିଲେ । ମେ ୨୫ରେ ଆନ୍ଧ୍ରପ୍ରଦେଶର ଚିତୁର ଘଟିଶିଳା ଫେରିଥିଲେ ନ୍ୟୁତନଡିହ ଗାଁ ରୋପାଇ ହାଂସଦଙ୍କ ପୁଅ ଚନ୍ଦ୍ରମୋହନ ହାଂସଦ ।  ସେଠାରେ ସେ ଫେରିବା ପରେ ସାଥୀଙ୍କ ସହ ନିଜ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ଯୁବକଙ୍କ ପ୍ରେମିକାଙ୍କ ଘର ନ୍ୟୁତନଡିହର କୋଲଡିହ ଟୋଳା ଅଞ୍ଚଳର ।

ଗୁରୁବାର ସକାଳ ସମୟରେ ପ୍ରେମିକା କ୍ୱାରେଣ୍ଟାଇନ୍‌ ଆସିଥିଲେ , ଏବଂ ପ୍ରେମିକଙ୍କ ସହ ରହିବାକୁ ଲାଗିଥିଲେ । ତେବେ ଏଭଳି କଥା ଶୁଣି ଉଭୟଙ୍କ ପରିବାର ଲୋକେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଆସି ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କଟଣାଣା ଯୋଗୁଁ ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯିବାକୁ ଅନୁମତି ଦିଆଯାଇନଥିଲା । ପରିବାର ଲୋକେ ସେଠାରୁ ଯିବା ପରେ ସଧ୍ୟା ସମୟରେ ଉଭୟ ପ୍ରେମିକା ଓ ପ୍ରେମୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ହୋଇଯାଇଥିବା ଖବର ଆସିଲା । ଯାହା ଶୁଣି ସ୍ଥାନୀୟ ଅଞ୍ଚଳରେ ଆଲୋଡନା ଖେଳିଯାଇଥିଲା ।


ଉଭୟଙ୍କ ଫେରାର ହୋଇଯିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ସେପଟେ ପ୍ରେମିକାଙ୍କ ଦାଦା କହିଛନ୍ତି ଯେ, ସାମାଜିକ ରିତୀନୀତିରେ ବିବାହ କରିବା ସମ୍ଭବ ନୁହେଁ । ଦୁଇ ଜଣଙ୍କ ବାରମ୍ବାର ବୁଝାଇଥିଲୁ ଯେ , ଆମ ସମ୍ପ୍ରଦାୟରେ ବିବାହ କରିବା ଉଭୟଙ୍କ ପକ୍ଷରେ ସମ୍ଭବ ନୁହେଁ, ତେଣୁ ବିବାହ କରିହେବ ନାହିଁ । କିନ୍ତୁ ଦୁଇ ଜଣ ପରିବାର କଥା ଶୁଣିନଥିଲେ , କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଫେରାର ହୋଇଯାଇଛନ୍ତି ।

   Related Posts