ଚୋରା ପୀରତି ପଡ଼ିଲା ମାହାଙ୍ଗା, ପ୍ରେମିକକୁ ନିର୍ଧୁମ ଛେଚିଲେ ପ୍ରେମିକା ଗାଁର ଗ୍ରାମବାସୀ, ଭିଡିଓ ଭାଇରାଲ୍

Published By : Prameya-News7 Bureau | December 08, 2021 IST

ଉମରକୋଟ, ୦୮/୧୨: ଚୋରା ପୀରତି ଜଣେ ପ୍ରମିକକୁ ମହାଙ୍ଗା ପଡ଼ିଛି । ପ୍ରେମିକକୁ ଧରି ନିର୍ଦ୍ଧୁମ ଛେଚିଛନ୍ତି ପ୍ରେମିକା ଗାଁର ଗ୍ରାମବାସୀ । ଶେଷରେ ଏହାର ଭିଡିଓ କରି ମଧ୍ୟ ଭାଇରାଲ୍ କରିଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ କାଉଡୋଲା ପଞ୍ଚାୟତର ତାରଂପୁରୀ ଗ୍ରାମର ଜଣେ ଯୁବତୀଙ୍କୁ କେବିକଙ୍ଗା ଗ୍ରାମର ସୁରୁ ଗଣ୍ଡ ନାମକ ଜଣେ ଯୁବକ ଭଲ ପାଉଥିଲେ । ହେଲେ ଗତ ରବିବାର ସନ୍ଧ୍ୟାରେ ଯୁବକ ଜଣକ ଯୁବତୀଙ୍କୁ କୁଆଡେ ନେଇ ବୁଲେଇ ଆଣିବା ପରେ ଯୁବତୀଙ୍କୁ ଘରକୁ ଛାଡ଼ିବାକୁ ନେଇଥିଲେ । ଏହି ସମୟରେ ଯୁବତୀଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ଏବଂ ମାଡ଼ ମାରିବା ସମୟର ଭିଡିଓ କରି ତାକୁ ଭାଇରାଲ କରିଦେଲେ ।  ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ବର୍ତ୍ତମାନ ସୁଦ୍ଧା ଥାନାରେ ଉଭୟ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.