ପାଗଳ ପ୍ରେମିକର ଉନ୍ମତ କାଣ୍ଡ: ଧାରୁଆ ଅସ୍ତ୍ରରେ ନାବାଳିକା ପ୍ରେମିକାକୁ ଆକ୍ରମଣ କରିବା ସହ ନିଜେ ମଧ୍ୟ କାଟିହେଲା ବେକ ଓ ହାତ

Published By : Prameya-News7 Bureau | May 14, 2019 IST

ବଲାଙ୍ଗିର୧୪|୫: ପ୍ରେମ ଯେତେବେଳେ ପାଗଳ କରିଥାଏ କିଛି ମଧ୍ୟ କରିଥାଏ ସେହି ପ୍ରେମରେ ପଡିଥିବା ବ୍ୟକ୍ତି। ଏଭଳି କିଛି ଘଟଣା ଘଟିଛି ବଲାଙ୍ଗୀର ଟିଟିଲାଗଡରେ। ଜଣେ ପାଗଳ ପ୍ରେମିକ ତା ନାବାଳିକା ପ୍ରେମିକାକୁ କରିଛି ଧାରୁଆ ଅସ୍ତ୍ରରେ ଆକ୍ରମଣ। ହାତ ଓ ବେକକୁ କାଟିଥିବା ପରେ ନିଜେ ମଧ୍ୟ ହାତ ଓ ବେକକୁ କାଟି ହୋଇଛି ଆହତ। ଗୁରୁତର ଅବସ୍ଥାରେ ଦୁହିଙ୍କୁ ପ୍ରଥମେ ଟିଟିଲାଗଡ ଡାକ୍ତରଖାନାରେ ଚିକିତ୍ସା କରାଯିବାପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

{"id":111930}

 ଟିଟିଲାଗଡ ଥାନା ବିଜେପୁର ଗାଁର ପଙ୍କଜ ପୋଢ ନାମକ ଯୁବକ ସେହି ଗାଁ ଓ ତାଙ୍କ ନିଜ ସମ୍ପର୍କିୟ ନାବାଳିକା ଭଉଣୀକୁ ଏକ ତରଫା ପ୍ରେମ କରୁଥିଲା। ଝିଅଟି ଏକ ବାହାଘରକୁ ଯାଇଥିବା ବେଳେ ଆଜି ନିଜ ଘରକୁ ଫେରିଥିଲା। ଗାଁ ରେ ଝିଅକୁ ଦେଖି ପଙ୍କଜ ତାକୁ ଡାକି ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ହେଲେ ନାବାଳିକା ଏ ପ୍ରସ୍ତାବରେ ରାଜି ହୋଇନଥିଲେ । ସେମାନେ ଗୋଟିଏ ପରିବାରର ଓସମ୍ପର୍କରେ ଭାଇ ଭଉଣି ହୋଇଥିବାରୁ କିଭଳି ବାହାଘର ସମ୍ଭବବୋଲି କହିଥିଲା ନାବାଳିକା ଝିଅ।

{"id":111931}

ଏଥିରେ ପଙ୍କଜ ରାଗିଯାଇ ଗୋଟିଏ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ପ୍ରଥମେ ନିଜ ହାତକୁ କାଟିଥିଲା। ପରେ ବେକକୁ କାଟିଥିଲା।ଏମିତି ନକରିବାକୁନାବାଳିକା ମନା କରିବାରୁ ପଙ୍କଜ ନାବାଳିକାଙ୍କ ହାତ ଓ ବେକକୁ ଗୁରୁତର ଭାବରେ କାଟିଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକ ଦୁହିଁଙ୍କୁ ଟିଟିଲାଗଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣି ସେଠାରେ ଭର୍ତ୍ତି କରାଯାଇଛି।

{"id":111932}

ନାବାଳିକାଙ୍କ ହାତ ଓ ବେକରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ବୁର୍ଲ୍ଲା ସ୍ଥାନାନ୍ତର କରାଯାଇପାରେ ବୋଲି ଡାକ୍ତର କହିଥିବା ବେଳେ ପୁଅର ଅବସ୍ଥା ସାମାନ୍ୟ ଠିକ ଥିବା କହିଛନ୍ତି । ସେପଟେ ଦୁଇ ପରିବାର ପୂର୍ବରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ । ନାବାଲିକାଙ୍କୁ ଏଥି ନିମନ୍ତେ ଆକଟ କରାଯାଇଥିଲା । କିନ୍ତୁ ପଙ୍କଜ  ବରାବର ନାବାଳିକାଙ୍କୁ ଜବରଦସ୍ତ କରୁଥିବା କହିଛନ୍ତି ନାବାଳିକାଙ୍କ ପରିବାର ଲୋକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.