ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା : ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ

Published By : Prameya-News7 Bureau | January 20, 2021 IST

ଝାରସୁଗୁଡା ୨୦।୧: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା ଜିଲ୍ଲା ମରାକୁଟା ପଞ୍ଚାୟତର ସାଲେଟିକ୍ରା ଗାଁ ମୁଣ୍ଡରେ ଥିବା ବିଲରେ ବିଷପାନ କରିଥିଲେ ଉଭୟ ପ୍ରେମୀଯୁଗଳ । ଗତ ୧୫ ତାରିଖରେ ଲଖନପୁର ବ୍ଲକ ଉବୁଡା ଗ୍ରାମର ଗୋବର୍ଦ୍ଧନ ଓରାମଙ୍କ ମୃତ୍ୟୁ ହୋଇଥିଲା । ମରାକୁଟା ଗ୍ରାମର ମିନୁ କୁମାରୀ କାଲୋ ଗୁରୁତର ହୋଇ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ ।

{"id":395154,"sizeSlug":"large","linkDestination":"none"}

ଗତ ମଙ୍ଗଳବାରଠାରୁ ଉଭୟେ ଘରୁ ଫେରାର ଥିଲେ । ମରାକୁଟା ଗ୍ରାମ ନିକଟସ୍ଥ ସାଲେଟିକ୍ରା ଗାଁ ମୁଣ୍ଡରେ ଥିବା ଏକ ନିଛାଟିଆ ସ୍ଥାନରେ ଉଭୟ ବିଷପାନ କରିଥିଲେ । ପ୍ରେମିକଙ୍କ ମୃତ୍ୟୁ ହୋଇଯିବା ପରେ ପ୍ରେମିକା ନିଜ ଘରକୁ ଫୋନ୍ କରି ଜଣାଇବା ପରେ ତାକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ଝାରସୁଗୁଡା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.