Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଦେଖନ୍ତୁ ଭିଡିଓ: ଯାତ୍ରାର ଆଇଟମ୍‌ ଗର୍ଲ ଲଭଲି କହିଲେ ଦେଢ ବୋତଲ ପିଇଛି- ମୁଁ ନିଶା ସେବନ କରେନି କି ଡ୍ରିଙ୍କସ୍‌ କରେନି, ଫିଟସ୍‌ ଯୋଗୁଁ ଏପରି କହିଲି

15/02/2020 at 3:50 PM

ଭୁବନେଶ୍ୱର/ପଟ୍ଟାମୁଣ୍ଡାଇ ୧୫।୦୨ – ଆଇଟମ୍‌ ଗର୍ଲ ଲଭଲି ଅଶୀଳ୍ଳ ନୃତ୍ୟ କରିବା ଅଭିଯୋଗରେ ଖଣ୍ଡଗିରିରେ ବ୍ୟାନ କରାଯାଇଛି ।  ଏହାପରେ ଲଭଲୀ ପଟ୍ଟାମୁଣ୍ଡାଇରେ ଏକ ଯାତ୍ରାରେ ନୃତ୍ୟ କରି ଫେରୁଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା କରୁଥିବା  ଡାକ୍ତର ବି ସେ ନିଶାରେ ଥିବା କହିଥିଲେ ।

ଲଭଲୀଙ୍କର ଡାକ୍ତରଖାନା ଚିକିତ୍ସାବେଳର ଏକ ଭିଡିଓ ଭାଇରାଲ୍ ହୋଇଛି । ଏଥିରେ ସେ ଏଣୁତେଣୁ କହୁଥିବା ଦେଖିବାକୁ ମିଳିଛି ।  ହଁ ଦେଢ ବୋତଲ ପିଇଛି । ମୋତେ କିଏ ହାତ ଲଗାଇ ଦେଖାଇ ବହି କହିଛନ୍ତି । କେବଳ ସେତିକି ନୁହେଁ ହାତରେ ଲାଗିଥିବା ଭେନ୍‌କ୍ୟାପ୍‌କୁ ବି ଭିଡି ଖୋଲିବା ପାଇଁ ଚେଷ୍ଟା କରୁଛନ୍ତି । ସେ ମାଲ୍‌ କି ଡ୍ରିଙ୍କସ୍‌ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି କହିଛନ୍ତି ।

ଫିଟସ୍‌ ସହ ତାଙ୍କର ଆଜମା ବା ଶ୍ୱାସ ରୋଗ ଅଛି ବୋଲି  କହିଛନ୍ତି । ସେ ପଫ୍‌ ନିଅନ୍ତି । ମାତ୍ର ସେ ସାଙ୍ଗରେ ଆସ୍ଥାଲିନ୍‌୍ ନେଇ ନଥିବାରୁ ଏପରି ଅବସ୍ଥା ହେଲେ ବୋଲି ସଫେଇ ଦେଇଛନ୍ତି । ନାଚ ପ୍ରେସରରେ ନିଶ୍ୱାସ ଫୁଲିଗଲା  ଡ୍ରାଇଭର୍‌ ଜାଣି ପାରିଲେନି ଡାକ୍ତରଖାନାକୁ ନେଇ ଗଲେ ବୋଲି ସେ କହିଛନ୍ତି ।

ମଳିଥିବା ସୂଚନା ଅନୁସାରେ  ଯାତ୍ର ସ୍ବର୍ଣ ମନ୍ଦିର କୁ ଗତ ଗୁରୁବାର ନାଚିବାକୁ ଆସିଥତ୍ବା ଆଇଟମ ଡ୍ୟାନ୍ସର ଲଭ୍ଲି ହଟ୍‌ ନୃତ୍ୟ କରିବା ସହିତ ନୃତ୍ୟ ସାରି ଘରକୁ ଯିବା ବାଟରେ ଅତ୍ୟଧିକ ନିଶାଗ୍ରସ୍ତ ଓ ଅସଂଯତ ଅବସ୍ଥାରେ ପୋଲିସ ହାବୁଡରେ  ପଡିଥିଲେ । ତାଙ୍କୁ ସେଠାରୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାର ଏକ ଭିଡିଓ ଭାଇରାଲ୍‌ ହୋଇଛି । ସେଥିଲେ ଲଭଲିଙ୍କ ଅବସ୍ଥା ସଠିକ୍‌ ଭାବେ ଠଉରେଇ ହେଉଛି ।

   Related Posts